ପୁରୀ (ଏଟିଆର ବ୍ୟୁରୋ): ଆସନ୍ତା ଜୁନ୍ ୫ ତାରିଖରେ ମହାପ୍ରଭୁଙ୍କର ସ୍ନାନଯାତ୍ରା । ଏନେଇ ତତ୍ପର ହୋଇପଡିଛି ମନ୍ଦିର ପ୍ରଶାସନ । ମହାମାରୀ କରୋନାକୁ ଦୃଷ୍ଟିରେ ରଖି ସ୍ୱଳ୍ପ ସେବାୟତକୁ ନେଇ ସ୍ନାନଯାତ୍ରା ହେବ ବୋଲି ନିଷ୍ପତି ନିଆଯାଇଥିବା ବେଳେ ଗରାବଡୁ ସେବାୟତଙ୍କ କୋଭିଡ ୧୯ ଟେଷ୍ଟ ହେବ ବୋଲି କୁହାଯାଇଥିଲା । କିନ୍ତୁ ଏବେ ପୁଣି ଦଇତାପତି ସେବାୟତଙ୍କ କୋଭିଡ୧୯ ଟେଷ୍ଟ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ।
ମହାମାରୀ କରୋନା ପାଇଁ ଭଗବାନଙ୍କ ସେବାରେ ନିୟୋଜିତ ହେବାକୁ ଥିବା ସମସ୍ତ ସେବାୟତଙ୍କ ଟେଷ୍ଟ କରିବା ନିହାତି ଜରୁରୀ । ।ସଥିପାଇଁ ଶ୍ରୀମନ୍ଦୀର କାର୍ଯ୍ୟାଳୟରେ ଆସନ୍ତା ମେ ମାସ ୨୭ ଏବଂ ୨୮ ତାରିଖରେ ସେବାୟତଙ୍କ ସ୍ୱାବ ନମୁନା ସଂଗ୍ରହ କରାଯିବ । ପ୍ରାୟତଃ ୧୫୦ ଜଣଙ୍କ ଟେଷ୍ଟ କରାଯିବ । ଏହାବ୍ୟତିତ ମେ ୨୯ ଏବଂ ୩୦ ତାରିଖରେ ଗରାବଡୁ ନଯୋଗର ୧୨୦ ଜଣ ସଦସ୍ୟଙ୍କ କରାଯିବ କୋଭଡ୧୯ ଟେଷ୍ଟ ।