ଭୁବନେଶ୍ୱର (ଏଟିଆର ବ୍ୟୁରୋ):ଦୈନିକ ଜୀବନରେ ଘଟୁଥିବା ଛୋଟ ବଡ କଥା ରୁ ଭବିଷ୍ୟତରେ ହେବାକୁ ଥିବା ଶୁଭ ଓ ଅଶୁଭ ଘଟଣାର ସଂକେତ ମିଳିପାରେ ।
ମଙ୍ଗଳବାରର କାରକ ଗ୍ରହ ଅଟନ୍ତି ମଙ୍ଗଳ । ଗ୍ରହମାନଙ୍କର ସେନାପତି ହେଉଛନ୍ତି ମଙ୍ଗଳ ଦେବ ଏବଂ ମେଷ ଓ ବୃଷ ରାଶିର ସ୍ୱାମୀ । ଜାତକରେ ମଙ୍ଗଳର ସ୍ଥିତି ବହୁତ ମହତ୍ୱପୂର୍ଣ୍ଣ । ଯଦି ମଙ୍ଗଳ ଶୁଭ ଘରେ ରହିଥାନ୍ତି ତେବେ ବ୍ୟକ୍ତିଙ୍କୁ ଭୂମି ଏବଂ ଭବନ ସମ୍ବନ୍ଧୀୟ ଲାଭ ମିଳିଥାଏ । ମାତ୍ର ମଙ୍ଗଳ ଅଶୁଭ ଘରେ ଥିଲେ ବୈବାହିକ ଜୀବନରେ ଅସୁବିଧାର ସମୁଖୀନ ହେବାକୁ ପଡିଥାଏ ।
ଶ୍ରୀରାମଚରିତ ମାନସ ଅନୁସାରେ ମଙ୍ଗଳବାର ଦିନ ହନୁମାନ ଜନ୍ମ ହୋଇଥିଲେ । ସେଥିପାଇଁ ଏହିଦିନ ହନୁମାନଙ୍କ ମନ୍ଦିରରେ ଭକ୍ତଙ୍କ ଭିଡ ଲାଗି ରହିଥାଏ । ଏହିଦିନ ଭଗବାନ ଶ୍ରୀ ହନୁମାନଙ୍କୁ ଦର୍ଶନ କଲେ ସମସ୍ତ ଦୁଃଖ ଦୂର ହୋଇଥାଏ ।
ମଙ୍ଗଳବାର ଏହି ସବୁ କାମ କରିବା ଅଶୁଭ:
– ନଖ, କେଶ, ଦାଢୀ ଆଦି କାଟନ୍ତୁ ନାହିଁ
– କୌଣସି ଧାରୁଆ ଜିନିଷ କିଣନ୍ତୁ ନାହିଁ
– ଘରେ ଆମିଷ ରନ୍ଧନ କରନ୍ତୁ ନାହିଁ
– ମା’ଙ୍କ ସହିତ ଉଚ୍ଚ ସ୍ୱରରେ କଥା ହୁଅନ୍ତୁ ନାହିଁ
ଉପାୟ:
– ମଙ୍ଗଳବାର ଦିନ ହନୁମାନଙ୍କ ସାମ୍ନାରେ ଚମେଲି ତେଲରେ ଦୀପ ଜଳାନ୍ତୁ ।
– ଶିବଲିଙ୍ଗ ଉପରେ ଲାଲ ରଙ୍ଗର ଫୁଲ ଚଢାନ୍ତୁ ।
– ମଙ୍ଗଳ ଗ୍ରହ ପାଇଁ ମସୁର ଡାଲି ଦାନ କରନ୍ତୁ ।
– ଗାଈକୁ ସବୁଜ ଘାସ ଖୁଆନ୍ତୁ ।