କେନ୍ଦୁଝର (ଏଟିଆର ବ୍ୟୁରୋ): ଘଟଗାଁ ମା ତାରିଣୀଙ୍କ ପୀଠରେ ଆଜିଠୁ ହଟିଲା କରୋନା କଟକଣା । ଏଣିକି ମାଙ୍କ ପାଖରେ ଭୋଗ ଲାଗି କରି ପାରିବେ ଭକ୍ତ । ଏନେଇ ମନ୍ଦିରର ପ୍ରବେଶ ପଥରେ ଭୋଗ ଲଗାଇବା ଏବଂ ଦର୍ଶନ ନିମନ୍ତେ ସ୍ୱତନ୍ତ୍ର ଭାବେ ୨ ଟି ଅଲଗା ଧାଡିର ବ୍ୟବସ୍ଥା କରାଯାଇଛି ।
ଏହି ନୂତନ ନିୟମରେ ୧୦ ବର୍ଷରୁ କମ ବୟସ୍କ ଏବଂ ବୃଦ୍ଧବୃଦ୍ଧାଙ୍କୁ ମାଙ୍କ ଦର୍ଶନ ପାଇଁ ମଧ୍ୟ ଅନୁମତି ରହିଛି । କିନ୍ତୁ ମାଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ରହିଛି ।
ଘଟଗାଁ ମାଙ୍କ ତାରିଣୀଙ୍କ ପୀଠରେ ଲାଗୁ ହୋଇଥିବା ସମସ୍ତ କଟକଣା ଆଜି ଜିଲ୍ଲା ପ୍ରଶାସନ ପକ୍ଷର ହଟାଇ ଦିଆଯାଇଛି । ଏବେ ସ୍ୱଭାବିକ ହୋଇଛି ସାଧାରଣ ଦର୍ଶନ ।