ପୁରୀ (ଏଟିଆର ବ୍ୟୁରୋ): ଆଜି ପବିତ୍ର ଅଁଳା ନବମୀ । ଏନେଇ ଚଳଚଞ୍ଚଳ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ସ୍ଥିତ ସାକ୍ଷୀଗୋପୀନାଥ ମନ୍ଦିର । ରାଧାପାଦ ଦର୍ଶନ ଲାଗି ସାକ୍ଷୀଗୋପାଳ ମନ୍ଦିରରେ ଲାଗିଛି ଭକ୍ତଙ୍କ ଭିଡ । ସମସ୍ତ ନୀତିକାନ୍ତି ସରିବା ପରେ ଭୋର ୫ ଟାରୁ ଦର୍ଶନ ଆରମ୍ଭ ହେରଇଛି । ଶୃଙ୍ଖଳିତ ଭାବେ ରାଧା ପାଦ ଦର୍ଶନ କରୁଛନ୍ତି ଭକ୍ତ ।
ଆଜିର ଏହି ପବିତ୍ର ଦିନ ରେ ରାଧା ରାଣୀ ଓଡିଆଣୀ ବେଶରେ ଏବଂ ଶ୍ରୀକୃଷ୍ଣ ନଟବର ବେଶରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ବର୍ଷକୁ ଥରେ ଏହି ଦର୍ଶନର ସୌଭାଗ୍ୟ ପାଇଥାନ୍ତି ଭକ୍ତ ।
କଡା ସୁରକ୍ଷା ବଳୟ ଭିତରେ ଦର୍ଶନ କରୁଛନ୍ତି ଭକ୍ତ । ଏଥିପାଇଁ ସାକ୍ଷୀଗୋପାଳ ମନ୍ଦିରରେ ୨୦ ପ୍ଲାଟୁନ ପୋଲିସ ଫୋର୍ସ, ୨ ଜଣ ଏଡିଡି ଏସପି, ୯ ଜଣ ଡିଏସପି, ୧୭ ଜଣ ଏସଆଇ ,୬୯ ଜଣ ଏଏସଆଇ,୨୨ ଜଣ ହାବିଲଦାର, ୫୪ ଜଣ କନେଷ୍ଟବଳ ମୁତୟନ ଅଛନ୍ତି ।