ପୁରୀ (ଏଟିଆର ବ୍ୟୁରୋ); ନୂଆବର୍ଷରେ ଭିଡକୁ ଦୃଷ୍ଟିରେ ରଖି କାକଟପୁର ମା ମଙ୍ଗଳାଙ୍କ ପୀଠ ଜାନୁଆରୀ ୧ ଓ ୨ ରେ ବନ୍ଦ ରହିବ । ମାଙ୍କ ଦର୍ଶନରୁ ବଞ୍ଚିତ ରହିବେ ଭକ୍ତ । ମନ୍ଦିରରେ କେବଳ ମାଙ୍କର ନୀତିକାନ୍ତି ହେବ ।
ଦୁଇଦିନ ପରେ ୩ ତାରିଖରୁ ପୁଣି ଥରେ ଦର୍ଶନ କାର୍ଯ୍ୟ ପୂର୍ବ ଭଳି ଜାରି ରହିବ । ଏନେଇ ମନ୍ଦିର ପୂଜା କମିଟି ପକ୍ଷରୁ ନିଷ୍ପତି ନିଆଯାଇଛି । କରୋନା ଓ ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ଭିଡ ନଜମେଇବା ଲାଗି ଏଭଳି ନିଷ୍ପତି ନିଆଯାଇଛି ।