ପୁରୀ (ଏଟିଆର ବ୍ୟୁରୋ): ହଟିଲା କଟକଣା । ଏଣିକି ଆଉ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କୁ ଦେଖାଇବାକୁ ପଡିବ ନାହିଁ କୋଭିଡ ଟୀକା ପ୍ରମାଣପତ୍ର । ଫେବୃଆରୀ ୧୪ ରେ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ଏହି ସୂଚନା ଦିଆଯାଇଥିଲା । ଆଜିଠୁ ଲାଗୁ ହୋଇଛି ଏହି ନିୟମ । ଶ୍ରୀମନ୍ଦିର ପ୍ରଶାସନର ଏହି ନିଷ୍ପତିକୁ ସ୍ୱାଗତ କରିଛନ୍ତି ଭକ୍ତ ।
ପୂର୍ବରୁ ଶ୍ରୀମନ୍ଦିରରେ ପ୍ରବେଶ ନିମନ୍ତେ କୋଭିଡ ଟୀକାର ଡବଲ ଡୋଜ ପ୍ରମାଣପତ୍ର କିମ୍ବା ଆରଟିପିସିଆର ନେଗେଟିଭ ପ୍ରମାଣପତ୍ର ବାଧ୍ୟତାମୂଳକ ଥିଲା କିନ୍ତୁ ଏବେ ଏହାକୁ ହଟାଇ ଦିଆଯାଇଛି । ମାତ୍ର ଶ୍ରୀମନ୍ଦିରରେ ସାମାଜିକ ଦୂରତା ବଜାୟ ରଖିବା , ମାସ୍କ ପିନ୍ଧିବା ପାଇଁ ପ୍ରଶାସନ ପକ୍ଷରୁ କୁହାଯାଇଛି ।