ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆସୁଛି ଧନତେରସ । ଦୀପାବଳୀ ପୂର୍ବରୁ ଧନତେରସ ପାଳନ କରାଯାଏ । ଏହିଦିନ ଭଗବାନ ଧନୱନ୍ତରୀ , ମା ଲକ୍ଷ୍ମୀ ଏବଂ କୁବେର ଦେବଙ୍କ ପୂଜା କରାଯାଇଥାଏ । କୁହାଯାଏ କି ଧନତେରସରେ କିଛି ଜିନିଷ କିଣିବା ଶୁଭ ହୋଇଥାଏ । ଏହିଦିନ ଲୋକେ ସୁନା-ଚାନ୍ଦୀ ଆଦି କିଣିଥାନ୍ତି । କିନ୍ତୁ ଆଜିକାଲିର ମହଙ୍ଗା ଯୁଗରେ ସୁନା-ଚାନ୍ଦୀ କିଣିବା ସମସ୍ତ କ୍ଷେତ୍ରରେ ସମ୍ଭବ ହୋଇନଥାଏ । ସେଥିପାଇଁ ସୁନା-ଚାନ୍ଦୀ ବ୍ୟତିତ ଏଭଳି କିଛି ଜିନଷ ଆପଣ କିଣିପାରିବେ ଯାହା ମା ଲକ୍ଷ୍ମୀଙ୍କର ଅତି ପ୍ରିୟ ।
ହିନ୍ଦୁ ଧର୍ମରେ ଝାଡୁର ସମ୍ବନ୍ଧ ମା ଲକ୍ଷ୍ମୀଙ୍କ ସହ କରାଯାଇଛି । ସେଥିପାଇଁ ଧନତେରସ ଦିନ ଘରକ ନୂଆ ଝାଡୁ ଆଣିବା ଶୁଭ ହୋଇଥାଏ ।
ଧନତେରସରେ ପିତଳ ଧାତୁ କିଣିବା ବହୁତ ଶୁଭ ହୋଇଥାଏ । ଏହାଦ୍ୱାରା ଆପଣଙ୍କ ଘରକୁ ସୁଖ-ସମୃଦ୍ଧି ଆସିଥାଏ । କୁହାଯାଏ କି ଯେତେବେଳେ ସମୁଦ୍ର ମନ୍ଥନରେ ଧନୱନ୍ତରୀ ଦେବୀ ପ୍ରକଟ ହୋଇଥିଲେ ତାଙ୍କ ହସ୍ତରେ ଅମୃତ କଳଶ ଥିଲା । ଏହି କଳଶ ପିତଳ ଧାତୁର ଥିଲା ।
ମା ଲକ୍ଷ୍ମୀଙ୍କ ପ୍ରିୟ ହେଉଛି ଗୋମତୀ ଚକ୍ର । ଏହାକୁ ଧନତେରସରେ ଘରକୁ କିଣିକି ଆଣି ମା ଲକ୍ଷ୍ମୀଙ୍କ ନିକଟରେ ପୂଜା କରନ୍ତୁ । ଏହାପରେ ସେହି ଚକ୍ରକୁ ଧନ ସ୍ଥାନରେ ରଖିଦିଅନ୍ତୁ ।