ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦେଶରେ ଅନେକ ମନ୍ଦିର ଅଛି ଯେଉଁଠି ଦେବା-ଦେବୀଙ୍କୁ ପ୍ରସନ୍ନ କରିବା ପାଇଁ ବିଭିନ୍ନ ପ୍ରକାରର ପ୍ରସାଦ ଚଢା ଯାଇଥାଏ । ଏହାସହିତ ଶଙ୍ଖା, ସିନ୍ଦୁର ଏବଂ ବିନ୍ଦି ଆଦି ଅର୍ପଣ କରାଯାଇଥାଏ ।କିନ୍ତୁ ଆଜି ଆମେ ଆପଣଙ୍କୁ ଏଭଳି ଏକ ମନ୍ଦିର ବିଷୟରେ କହିବାକୁ ଯାଉଛୁ ଯେଉଁଠି ଦେବୀଙ୍କୁ ପ୍ରସନ୍ନ କରିବା ପାଇଁ ହାତକଢି ଏବଂ ବେଡି ଚଢାଯାଇଥାଏ ।
ଆଜ୍ଞା ହଁ, ଏହି ମନ୍ଦିରଟି ରାଜସ୍ଥାନର ପ୍ରତାପଗଡ ଜିଲ୍ଲାରେ ଅବସ୍ଥିତ । ଯାହା ଦିବାକ ମନ୍ଦିର ନାମରେ ପ୍ରସିଦ୍ଧ । ମନସ୍କାମନା ପୂରଣ କରିବା ପାଇଁ ଦୂରଦୂରାନ୍ତରରୁ ଭକ୍ତମାନେ ଏହି ମନ୍ଦିରକୁ ଆସିଥାନ୍ତି ।
ଏହି ମନ୍ଦିରରେ ପାଖାପାଖି ୨୦୦ ବର୍ଷର ପୁରୁଣା ତ୍ରିଶୁଳ ରହିଛି, ଯାହା ଉପରେ ଲୋକେ ବେଡି ଚଢାଇଥାନ୍ତି । ମାତାଙ୍କ ନାଁ ନେବା ଦ୍ୱାରା ଆପେ ଆପେ ହାତକଢି ଫିଟିଯାଇଥାଏ ବୋଲି ବିଶ୍ୱାସ ରହିଛି । କୌଣସି ବ୍ୟକ୍ତିଙ୍କ ସଂପର୍କୀୟ ଜେଲରେ ଥିଲେ ହିଁ ତାଙ୍କୁ ସେଠାରୁ ବାହାର କରିବା ପାଇଁ ଏହି ମନ୍ଦିରକୁ ଆସି ମନସ୍କାମନା କରିଥାନ୍ତି । ସେଥିପାଇଁ ସେମାନେ ମାତାଙ୍କୁ ହାତକଢି ଚଢାଇଥାନ୍ତି ।
ଏହି ମନ୍ଦିର ସହ ଜଡିତ ଏକ କାହାଣୀ ରହିଛି । ଦୀର୍ଘ ବର୍ଷ ପୂର୍ବେ ଏହି ସ୍ଥାନ ସମ୍ପୂର୍ଣ୍ଣ ଘନ ଜଙ୍ଗଲ ଥିଲା । ସେହି ସମୟରେ ଜଙ୍ଗଲରେ ଅନେକ ଡାକୁ ରହୁଥିଲେ । ଏହି ଡାକୁମାନେ ଏଠି ମାଙ୍କୁ ପୂଜାର୍ଚ୍ଚନା କରୁଥିଲେ । ଧୀରେ ଧୀରେ ସେମାନେ ମାନସିକ କରିବା ଆରମ୍ଭ କରିଥିଲେ କି ଯଦି ସେମାନେ ଡକାୟତି କରିବାରେ ସଫଳ ହୁଅନ୍ତି ତେବେ ମାଙ୍କୁ ହାତକଢି ଚଢାଇବେ । ସେବେଠାରୁ ଆଜି ପର୍ଯ୍ୟନ୍ତ ଏହି ପ୍ରଥା ପ୍ରଚଳିତ ହୋଇଆସୁଛି ।