ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ହିନ୍ଦୁଧର୍ମରେ ତୀର୍ଥଯାତ୍ରାର ବିଶେଷ ମହତ୍ୱ ରହିଛି । ସେହିପରି ତୀର୍ଥଯାତ୍ରା କରିବାର ମହତ୍ୱ ,ବେଦ ଏବଂ ପୁରାଣରେ ମଧ୍ୟ ବର୍ଣ୍ଣିତ ଅଛି । ଇଶ୍ୱରଙ୍କ ନିକଟବର୍ତ୍ତି ରହିବା ଏବଂ ପୂଣ୍ୟ ପ୍ରାପ୍ତି କରିବା ହେଉଛି ତୀର୍ଥଯାତ୍ରାର ଉଦେଶ୍ୟ । କିନ୍ତୁ ଆପଣମାନେ ଜାଣିଛନ୍ତି କି ତୀର୍ଥଯାତ୍ରା ସମୟରେ କିଛି ବିଶେଷ କଥା ଉପରେ ଧ୍ୟାନ ରଖିବା ଉଚିତ୍ । ଏହି ବିଶେଷ କଥାକୁ ପାଳନ କରିବା ଦ୍ୱାରା ତୀର୍ଥଯାତ୍ରାର ପୂଣ୍ୟ ଫଳ ପ୍ରାପ୍ତି ହୋଇଥାଏ । ତେବେ ଆସନ୍ତୁ ଜାଣିବା..
– ତୀର୍ଥଯାତ୍ରା କରିବା ସମୟରେ ଭୁଲ୍ ରେ ବି ମିଛ ବା ଅପଶବ୍ଧ ବ୍ୟବହାର କରିବାର ଉଚିତ୍ ନୁହେଁ । ପ୍ରକୃତରେ ତୀର୍ଥରେ ଯିବା ଦ୍ୱାରା ବ୍ୟକ୍ତିଙ୍କର ପାପକର୍ମ ନଷ୍ଟ ହୋଇଥାଏ କିନ୍ତୁ ତୀର୍ଥଯାତ୍ରା ସମୟରେ କରାଯାଇଥିବା ପାପକର୍ମ କଦାପି ନଷ୍ଟ ହୁଏ ନାହିଁ ।
– ଆତ୍ମିକ ଶାନ୍ତି ପାଇଁ ତୀର୍ଥଯାତ୍ରା କରାଯାଏ । ସେଥିପାଇଁ ତୀର୍ଥଯାତ୍ରା କରିବା ସମୟରେ ହୃଦୟରୁ ଇଶ୍ୱରଙ୍କ ଗୁଣଗାନ କରିବା ଉଚିତ୍ ।
– ତୀର୍ଥସ୍ଥଳରେ ସ୍ନାନ, ଦାନ, ଜପ ଆଦି ପୂଣ୍ୟ କର୍ମ କରିବା ଉଚିତ୍ ।
– ସର୍ବଦା ନିଜ ଟଙ୍କାରେ ହିଁ ତୀର୍ଥଯାତ୍ରା କରିବା ଉଚିତ୍ ।
– ଦେବସ୍ଥାନରେ ଯେତେବେଳେ ଆପଣ ପରିକ୍ରମା କରୁଛନ୍ତି ସେତେବେଳେ ଭଗବାନଙ୍କ ସମୁଖରେ କିଛି ସମୟ ରହିବା ପରେ ପରିକ୍ରମା କରିବା ଉଚିତ୍ ।
– ସେହିପରି ଭଗବାନଙ୍କୁ ଧ୍ୟାନ କରିବା ପରେ ହିଁ ଭୋଜନ କରିବା ଉଚିତ୍ ।