ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପ୍ରତ୍ୟେକ ବର୍ଷ କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିରେ ଧନତେରସ ପାଳନ କରାଯାଇଥାଏ । ହିନ୍ଦୁ ଧର୍ମ ଗ୍ରନ୍ଥ ଅନୁସାରେ ଏହି ଦିନ ସୁନା ଏବଂ ଚାନ୍ଦୀ ଆଦି ବସ୍ତୁ ଆଦି କିଣା ଯାଇଥାଏ । ଏହାସହିତ ଲୋକେ ଅନ୍ୟାନ ନୂତନ ଜିିନିଷ ମାନ କିଣିଥାନ୍ତି । କିନ୍ତୁ କିଣାକିଣି ସମୟରେ ଏହି ପାଞ୍ଚଟି ବସ୍ତୁ ବିଲକୁଲ କିଣନ୍ତୁ ନାହିଁ । ନଚେତ୍ ଘରେ ସୁଖ, ସମୃଦ୍ଧି, ଧନ-ବୈଭବ ଆଦି ସବୁକିଛି ଶେଷ ହୋଇଯିବ ଏବଂ ଘରେ ଦରିଦ୍ରତା ପ୍ରବେଶ କରିବ । ତେବେ ଆସନ୍ତୁ ଜାଣିବା ସେହି ଜିନିଷ ବିଷୟରେ…
ଷ୍ଟିଲ ଏବଂ ଆଲୁମିନିୟମ: ଧନତେରସରେ କିଣାକିଣି କରିବା ସମୟରେ ଧ୍ୟାନ ରଖିଥିବେ କି ଯେପରି ଷ୍ଟିଲ ଏବଂ ଆଲୁମିନିୟମ ବସ୍ତୁ ନକିଣନ୍ତି । କାରଣ ଏହାକୁ କିଣିବା ଦ୍ୱାରା ମା’ ଲକ୍ଷ୍ମୀ କ୍ରୋଧିତ ହୋଇଯାଆନ୍ତି ଏବଂ ଘରେ ଦାରିଦ୍ର୍ୟତା ବାସ କରିଥାଏ । ଆଲୁମିନିଏମ ରେ ରାହୁର ପ୍ରଭାବ ବି ଥାଏ । ସେଥିପାଇଁ ଏହାକୁ ଅଶୁଭ ଏବଂ ଦୁର୍ଭାଗ୍ୟର ସୂଚକ ବୋଲି କୁହାଯାଏ ।
ଲୁହା: ଜ୍ୟୋତିଷ ଶାସ୍ତ୍ରରେ ଲୁହାକୁ ଶନିଙ୍କ କାରକ ବୋଲି କୁହାଯାଇଥାଏ । ଅର୍ଥାତ ଧନତେରସ ଶୁଭ ଅବସରରେ ଲୁହା ବସ୍ତୁ ଘରକୁ ଆଣିବା ଶୁଭ ନୁହେଁ । କୁହାଯାଏ କି ଧନତେରସ ଦିନ ଲୁହାରେ ନିର୍ମିିତ ଜିନିଷ କିଣିବା ଦ୍ୱାରା ଦୁର୍ଭାଗ୍ୟ ଆସିଥାଏ ।
ପ୍ଲାଷ୍ଟିକ: ସେହିପରି ଧନତେରସ ଦିନ ପ୍ଲାଷ୍ଟିକ ବସ୍ତୁ ବି କିଣିବା ଅଶୁଭ ହୋଇଥାଏ ।
କାଚ: ହିନ୍ଦୁ ଧର୍ମର ମାନ୍ୟତା ଅନୁଯାୟୀ ଧନତେରସର ଶୁଭ ଅବସରରେ କାଚ ଜିନିଷ କିଣିବା ଅଶୁଭ । କାରଣ କାଚର ସମ୍ବନ୍ଧ ବି ରାହୁ ସହ ରହିଛି ।