ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସପ୍ତାହକ ସାତ ଦିନ ଯାକ ବିଭିନ୍ନ ଦେବାଦେବୀଙ୍କ ସମର୍ପିତ କରାଯାଇଛି । ସେହିପରି ଶୁକ୍ରବାର ଦିନ ମା ସନ୍ତୋଷୀ ଓ ଦେବୀ ଲକ୍ଷ୍ମୀଙ୍କୁ ପୂଜା କରାଯାଇଥାଏ । ଧନ, ସମ୍ପତ୍ତିର ଅଧିଷ୍ଠାତ୍ରର ଦେବୀ ହେଉଛନ୍ତି ମାତା ଲକ୍ଷ୍ମୀ । ଯଦି କୌଣସି କାରଣ ପାଇଁ ମା ଲକ୍ଷ୍ମୀ ରୋଷ ହୋଇଯାଆନ୍ତି ତେବେ ଘରକୁ ଦରିଦ୍ରତା ଆସିଥାଏ । ଘରେ ସୁଖ-ଶାନ୍ତି ସହିତ ଧନ ସମ୍ପତ୍ତି ସମସ୍ୟା ଯେପରି ନହେବ ସେଥିପାଇଁ ଶୁକ୍ରବାର କଣ କରିବା ଉଚିତ୍ ଏବଂ ଅନୁଚିତ୍ ଆସନ୍ତୁ ଜାଣିବା ।
– ଶୁକ୍ରବାର ଦିନ ନୂତନ କପଡା କିଣିବା ଦ୍ୱାରା ମା ଲକ୍ଷ୍ମୀ ଖୁସୀ ହୋଇଥାନ୍ତି ।
– ଶୁକ୍ରଦେବଙ୍କୁ ପ୍ରସନ୍ନ କରିବା ପାଇଁ ଶୁକ୍ରବାର ଦିନ ଧଳା ରଙ୍ଗର ବାହାନ କିଣିବା ଶୁଭ ହୋଇଥାଏ ।
– ଶୁକ୍ରବାର ଦିନ ସମ୍ପତ୍ତି ସମ୍ବନ୍ଧୀୟ କାମ କରିବା ଆପଣଙ୍କୁ ମହଙ୍ଗା ପଡିପାରେ, ଏହିଦିନ ଜାଗା କିଣିବା ଶୁଭ ହୋଇନଥାଏ । ଏହାସହିତ ରୋଷେଇ ଏବଂ ପୂଜାପାଠ ସମ୍ବନ୍ଧୀୟ ଜିନିଷ କିଣିବାଠୁ ଦୂରେଇ ରହିବା ଉଚିତ୍ ।
– ଶୁକ୍ରବାର ଦିନ ଟଙ୍କା ଦେଣ ନେଣ କରନ୍ତୁ ନାହିଁ । ଏଭଳି କରିବା ଦ୍ୱାରା ମା ଲକ୍ଷ୍ମୀ ରୋଷ ହୋଇଥାନ୍ତି ।
– ଶୁକ୍ରବାର ଦିନ କାହାରିକୁ ଚିନି ଦିଅନ୍ତୁ ନାହିଁ । ଏଭଳି କରିବା ଦ୍ୱାରା ଶୁକ୍ରଗ୍ରହ କମଜୋର ହୋଇଯାନ୍ତି । ଏହାସହିତ ଘରେ ସୁଖ-ଶାନ୍ତି ଭଙ୍ଗ ହୋଇଥାଏ ।
– ସୁଚ୍ଛତା ମା ଲକ୍ଷ୍ମୀଙ୍କୁ ବହୁତ ପସନ୍ଦ । ସେଥିପାଇଁ ସର୍ବଦା ସ୍ୱଚ୍ଛତା ପ୍ରତି ଧ୍ୟାନ ରଖିବା ଉଚିତ୍ ।