ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଧନଦାତ୍ରୀ ମା ଲକ୍ଷ୍ମୀ । ତାଙ୍କ କୃପାରେ ବ୍ୟକ୍ତିଙ୍କ ଜୀବନରେ ସୁଖ-ସମୃଦ୍ଧି ଏବଂ ଧନ-ବୈଭବର ଆଗମନ ହୋଇଥାଏ । ମା ଲକ୍ଷ୍ମୀଙ୍କୁ ପୂଜା କରିବା ଏବଂ ତାଙ୍କ କୃପା ଲାଭ ପାଇଁ ଶୁକ୍ରବାର ଦିନ ସବୁଠୁ ଉତ୍ତମ ହୋଇଥାଏ । ଏହାସହିତ ଶାସ୍ତ୍ରରେ ଏଭଳି କିଛି ବର୍ଣ୍ଣିତ ଅଛି ଯାହାକୁ ଶୁକ୍ରବାର କରିବା ଉଚିତ୍ ନୁହେଁ । ଏହାବ୍ୟତିତ କିଛି ଜିନିଷ ରହିଛି ଯାହାକୁ ଶୁକ୍ରବାର କିଣିବା ଉଚିତ୍ ନୁହେଁ । ତେବେ ଆସନ୍ତୁ ଜାଣିବା..
ଶାସ୍ତ୍ର ଅନୁସାରେ ଶୁକ୍ରବାର ଦିନ ପୂଜା-ପାଠ ସହ ଜଡିତ ଜିନିଷ ଏବଂ ରୋଷେଇ ସହ ଜଡିତ ଜିନିଷ କିଣିବା ଉଚିତ୍ ନୁହେଁ । ଏହାସହିତ ଏହିଦିନ ଜମି କିଣା-ବିକା ମଧ୍ୟ ଅଶୁଭ । ସେଥିପାଇଁ ଶୁକ୍ରବାର ଏହି କାମରୁ ଦୂରେଇ ରୁହନ୍ତୁ । ନଚେତ୍ ଏହାର ଅଶୁଭ ପ୍ରଭାବ ପରିବାର ଉପରେ ପଡିପାରେ ।
ସେହିପରି ଶୁକ୍ରବାର କେଉଁ ଜିନିଷ କିଣିବା ଶୁଭ ହୋଇଥାଏ ଆସନ୍ତୁ ଜାଣିବା । ଶୁକ୍ରବାର ସଙ୍ଗୀତ ସାଜସଜା, କଳା , ସୌନ୍ଦର୍ଯ୍ୟ, ଗାଜେଟ୍ସ ଆଦି କିଣିବା ଶୁଭ ହୋଇଥାଏ । ଏହାବ୍ୟତିତ ଧଳା ବା ସିଲଭର ରଙ୍ଗର ଗାଡି ଏବଂ ନୂତନ କପଡା ମଧ୍ୟ କିଣି ପାରିବେ । ଏହାକୁ କିଣିବା ଦ୍ୱାରା ମା ଲକ୍ଷ୍ମୀଙ୍କ କୃପା ବଳବତ୍ତର ରହିଥାଏ ।