ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମରେ ଶୁକ୍ରବାରକୁ ମା ଲକ୍ଷ୍ମୀ ଏବଂ ବୈଭବ ବିଳାସ ଦିନ ବୋଲି କୁହାଯାଇଥାଏ । ଏହି ଦିନ ଯେଉଁ ଭକ୍ତ ମାଙ୍କର ପୂଜାର୍ଚ୍ଚନା କରିଥାନ୍ତି, ତାଙ୍କୁ ସଂସାରର ସମସ୍ତ ସୁଖ ପ୍ରାପ୍ତ ହୋଇଥାଏ । ଶାସ୍ତ୍ରରେ ମା ଲକ୍ଷ୍ମୀଙ୍କୁ ଧନ ଦେବୀ ବୋଲି କୁହାଯାଏ । ସେଥିପାଇଁ ଶୁକ୍ରବାର ଦିନ ମାଲକ୍ଷ୍ମୀଙ୍କର ପୂଜା କରିବା ଦ୍ୱାରା ଧନ ଲାଭ ହୋଇଥାଏ ଏବଂ କଦାପି ଆର୍ଥିକ ଅଭାବ ଦେଖା ଦେଇନଥାଏ । ମା ଲକ୍ଷ୍ମୀ ଯେଉଁ ଭକ୍ତଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି ତାଙ୍କର ସମସ୍ତ କଷ୍ଟ ନାଶ ହୋଇଥାଏ । କିନ୍ତୁ ଯାହାଙ୍କ ଉପରେ ରାଗିଥାନ୍ତି ତାଙ୍କର ସମସ୍ତ ସମସ୍ୟା ଉପୁଜିଥାଏ ।
ସେଥିପାଇଁ ଯଦି ଆପଣ ମା ଲକ୍ଷ୍ମୀଙ୍କ କୃପା ଲାଭ କରିବାକୁ ଚାହୁଁଛନ୍ତି ତେବେ ଶୁକ୍ରବାର ଦିନ ଭୁଲରେ ଏହି କାମ କରନ୍ତୁ ନାହିଁ । ତେବେ ଆସନ୍ତୁ ଜାଣିବା ଶୁକ୍ରବାର କେଉଁ କାମ କରିବା ଅନୁଚିିତ୍ ।
– ଶୁକ୍ରବାର ଦିନ କୌଣସି ପୁରୁଷ ମହିଳାଙ୍କ ଅପମାନ କରିବା ଦ୍ୱାରା ମା’ ରାଗି ଯାଇଥାନ୍ତି । ଏହାବ୍ୟତିତ ଅନ୍ୟ ବାରରେ ବି ମହିଳାଙ୍କୁ ଅପମାନିତ କଲେ ମା ରାଗି ଯାଇ ଘରୁ ପଳାୟନ କରନ୍ତି । ଯାହାଫଳରେ ଅନେକ ସମସ୍ୟା ଉପୁଜେ ।
– ଶୁକ୍ରବାର ଦିନ ଭୁଲରେ କାହାରିକୁ ଟଙ୍କା ଦିଅନ୍ତୁ ନାହିଁ କି ଆଣନ୍ତୁ ନାହିଁ । ଏହି ଦିନ ଦିଆଯାଇ ଥିବା ଧନ କେବେ ଫେରିନଥାଏ । ଏହି ଦିନ ଧାର ଦେବା ଦ୍ୱାରା ମା ଲକ୍ଷ୍ମୀ ରାଗି ଯାଇଥାନ୍ତି ।
– ଶୁକ୍ରବାର ଦିନ ଅପଶବ୍ଧ ବ୍ୟବହାର କର ନାହିଁ, ଏଭଳି କରିବା ଦ୍ୱାରା ମା’ ଅସନ୍ତୋଷ ପ୍ରକାଶ କରିଥାନ୍ତି । ଆପଣଙ୍କ ଧନ ସମ୍ବନ୍ଧୀୟ ସମସ୍ୟା ଉପୁଜିଥାଏ । ବ୍ୟବସାୟରେ କ୍ଷତି ହୋଇଥାଏ ।
– ଶୁକ୍ରକାର ଦିନ ଆମିଷ ଭୋଜନଠାରୁ ଦୂରେଇ ରୁହନ୍ତ ।
– ଶୁକ୍ରବାର ଦିନ କାହାରିକୁ ଚିନି ଦିଅନ୍ତୁ ନାହିଁ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚିନିର ସମ୍ବନ୍ଧ ଶୁକ୍ର ଏବଂ ଚନ୍ଦ୍ରଙ୍କ ସହିତ ରହିଛି । ସେଥିପାଇଁ ଶୁକ୍ରବାର ଦିନ ଚିନି ଦେବା ଦ୍ୱାରା ଶୁକ୍ର କମଜୋର ହୋଇଯାଇଥାନ୍ତି । ଏହାଦ୍ୱାରା ସୁଖ, ସମୃଦ୍ଧି, ଆର୍ଥିକ ସ୍ଥିତି ଖରାପ ହୋଇଥାଏ ।
– ରାତିରେ ଭୁଲ୍ ରେ ବି ଅଇଁଠା ବାସନ ରଖନ୍ତୁ ନାହିଁ । ଏହାଦ୍ୱାରା ମା ଲକ୍ଷ୍ମୀ ରାଗି ଯାଇଥାନ୍ତି । ଏହାଦ୍ୱାରା ସ୍ୱାସ୍ଥ୍ୟ ଖରାପ ରହିଥାଏ ।
– ଘର ସଫା ସୁତୁରା ରଖିବା ଦ୍ୱାରା ମା ଲକ୍ଷ୍ମୀ ଖୁସୀ ହୋଇଥାନ୍ତି । ସେଥିପାଇଁ ସର୍ବଦା ଘରକୁ ସଫା ସୁତୁରା କରି ରଖନ୍ତୁ ମା’ ଲକ୍ଷ୍ମୀ ପ୍ରସନ୍ନ ହେବେ ।