ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମ ଏବଂ ପରାମ୍ପରାରେ ପ୍ରତ୍ୟେକ ଦିନ ଦେବା-ଦେବୀ ଏବଂ ଗ୍ରହ ସହ ସମ୍ବନ୍ଧ ରହିଛି । ବିଶ୍ୱାସ ରହିଛି କି ଭଗବାନଙ୍କ ଦିନ ଅନୁଯାୟୀ କାମ କରିବା ଦ୍ୱାରା ଅଶେଷ କୃପା ଲାଭ ହୋଇଥାଏ ।
ସେହିପରି ମଙ୍ଗଳବାର ହେଉଛି ଭଗବାନ ହନୁମାନଙ୍କ ଦିନ । ଏହାସହିତ ମଙ୍ଗଳବାରକୁ ମଙ୍ଗଳ ଗ୍ରହର କାରକ ବୋଲି କୁହାଯାଇଥାଏ । ସେହିଅନୁଯାୟୀ ମଙ୍ଗଳବାର ଦିନ ଏଭଳି କିଛି କାମ କରିବା ଉଚିତ୍ ନୁହେଁ, ଯାହାଦ୍ୱାରା ଆପାଣଙ୍କ ଜାତକରେ ଖରାପ ପ୍ରଭାବ ପଡିବ । ଏହାସହିତ ଏହାର ପରିମାଣ ଆପଣଙ୍କୁ ଭୋଗିବାକୁ ପଡିବ ।
– ମଙ୍ଗଳବାର ଦିନ କାହାରିଠାରୁ ଧାର ଆଣନ୍ତୁ ନାହିଁ କି କାହାରିକୁ ଟଙ୍କା ଧାରରେ ଦିଅନ୍ତୁ ନାହିଁ ।
– ମଙ୍ଗଳବାର ହେଉଛି ହନୁମାନଙ୍କ ଦିନ । ସେଥିପାଇଁ ଏହିଦିନ ଆମିଷ ଭୋଜନ କରିବା ଉଚିତ୍ ନୁହେଁ ।
– ସେହିପରି ମଙ୍ଗଳବାର ଦିନ କେଶ, ଦାଢି ଏବଂ ନଖ କାଟିବା ଉଚିତ୍ ନୁହେଁ । ଏହାଦ୍ୱାରା ମଙ୍ଗଳ ଦୋଷ ଲାଗି ରହିଥାଏ । ଏହାସହିତ ଅନେକ ସମସ୍ୟା ଉପୁଜିଥାଏ ।