ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମରେ ଦେବାଦେବୀଙ୍କ ପୂଜା ପାଇଁ ଦୀପ ଜଳା ଯାଇଥାଏ । ବିଶ୍ୱାସ ରହିଛି କି, ବିନା ଦୀପରେ ଭଗବାନଙ୍କ ପୂଜା ପୁରା ହୋଇନଥାଏ । ସେହିପରି ଦୀନ ଜଳାଇବା ସମୟରେ କିଛି ଜିନିଷ ପ୍ରତି ଧ୍ୟାନ ରଖାନଯିବ ତେବେ ଘରୁ ସୁଖ-ଶାନ୍ତି ଭଙ୍ଗ ହୋଇଯିବ । ତେବେ ଆସନ୍ତୁ ଜାଣିବା ଦୀପ ଜଳାଇବା ସମୟରେ କେଉଁ କଥା ପ୍ରତି ଧ୍ୟାନ ରଖିବା ଜରୁରୀ..
– ଭୁଲରେ ବି କୌଣସି ଖଣ୍ଡିତ ଦୀପ ଜଳାନ୍ତୁ ନାହିଁ । କାରଣ ଧାର୍ମିକ କାମରେ ଖଣ୍ଡିତ ଦୀପ ଅଶୁଭ । ସେଥିପାଇଁ ପୂଜାରେ ଭଲ ଦୀପ ବ୍ୟବହାର କରନ୍ତୁ ।
– ଧାର୍ମିକ ମାନ୍ୟତା ମୁତାବକ, ପୂଜା ସମୟରେ ଘିଅ ଦୀପକୁ ଭଗବାନଙ୍କ ବାମ ପଟେ ଏବଂ ତେଲ ଦୀପକୁ ଡାହାଣ ପଟେ ରଖନ୍ତୁ ।
– ଘିଅ ଦୀପରେ ଧଳା ରଙ୍ଗର ବତି ଏବଂ ତେଲ ଦୀପରେ ଲାଲ ରଙ୍ଗର ବତି ବ୍ୟବହାର କରନ୍ତୁ ।
– ପୂର୍ବ ଦିଗ ହେଉଛି ଦୀପ ରଖିବାର ସଠିକ ଦିଗ ।
– ସକାଳର ପୂଜା ସମୟ ୫ଟାରୁ ୧୦ ଟା ଏବଂ ସନ୍ଧ୍ୟାର ପୂଜା ସମୟ ୫ଟାରୁ ୭ଟା ଶୁଭ ।
– ସନ୍ଧ୍ୟା ସମୟରେ ଘରର ମୁଖ୍ୟଦ୍ୱାରରେ ଖାଲୀ ଚଟାଣରେ ଦୀପ ନରଖି ଚାଉଳ ଉପରେ ରଖନ୍ତୁ । ଏଭଳି କରିବା ଶୁଭ ।
– କଦାପି ଗୋଟେ ଦୀପରୁ ଆଉ ଏକ ଦୀପ ଜଳାନ୍ତୁ ନାହିଁ ।
– ଘରେ ସକାଳ ସନ୍ଧ୍ୟାରେ ଦୀପ ଜାଳିବା ଦ୍ୱାର ସକରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ ।