ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ରୀତି ନୀତି ଅନୁଯାୟୀ ରବିବାର ହେଉଛି ଭଗବାନ ସୂର୍ଯ୍ୟଙ୍କ ବାର । ଏହିଦିନ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ଦ୍ୱାରା ଅଧିକ ଲାଭ ମିଳିଥାଏ । ସାଧାରଣତଃ ଲୋକେ ସାଧାରଣ ଜଳ ସୂର୍ଯ୍ୟଙ୍କୁ ଅର୍ପଣ କରିଥାନ୍ତି । କିନ୍ତୁ ବହୁତ କମ ଲୋକ ଜାଣିଥିବେ କି ଯଦି ଆପଣ ଜଳରେ ଏକ ଖାସ୍ ଜିନିଷ ମିଶାଇ ଜଳ ଅର୍ପଣ କରିବେ ତେବେ ଆପଣଙ୍କ ଜୀବନରୁ ସମସ୍ତ ସମସ୍ୟା ଦୂର ହେବ । ମଣିଷ ଜୀବନରେ ଦୁର୍ଭାଗ୍ୟ ସବୁଠାରୁ ବଡ ସମସ୍ୟା । ଯେତେବେଳେ ଭାଗ୍ୟ ଆପଣଙ୍କ ସାଥ୍ ଦେବା ଛାଡିଦେବ ସେତେବେଳେ ଆପଣଙ୍କ ସହ ଗୋଟେ ପରେ ଗୋଟେ ଅନିଷ୍ଟ ଘଟି ଚାଲିଥିବ । ତେବେ ସୌଭାଗ୍ୟ ପ୍ରାପ୍ତି ପାଇଁ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ..
ଜାତକରେ ଗ୍ରହ ଦୋଷ ଯୋଗୁଁ ମଣିଷକୁ ଦୁର୍ଭାଗ୍ୟର ସାମ୍ନା କରିବାକୁ ପଡିଥାଏ । ସେହିପରି ନବଗ୍ରହଙ୍କ ଅଧିପତି ସୂର୍ଯ୍ୟନାରାୟଣଙ୍କୁ ପୂଜା କରିବା ଦ୍ୱାରା ଆପଣଙ୍କର ସମସ୍ତ ପ୍ରକାରର ଗ୍ରହ ଦୋଷ ଦୂର ହୋଇ ପାରିବ । ତନ୍ତ୍ର ଶାସ୍ତ୍ର ଅନୁଯାୟର ରବିବାର ଦିନ ଗାଇ ଖୀରର ଏକ ଛୋଟିଆ ଉପାୟ ଆପଣଙ୍କ ଧନ ସମ୍ବନ୍ଧୀୟ ସମସ୍ୟା ଦୂର କରିବ ।
ଉପାୟ:
ଏହି ଉପାୟକୁ ଆପଣ ଯେକୌଣସି ଦିନରେ କରିପାରିବେ କିନ୍ତୁ ରବିବାର ଦିନ ଏହି ଉପାୟ ଅଧିକ ଫଳପ୍ରଦ ହୋଇଥାଏ । ସେଥିପାଇଁ ରବିବାର ସକାଳୁ ସୂର୍ଯ୍ୟଦୟ ହେବା ପୂର୍ବରୁ ସ୍ନାନ ସାରି ଧଳା ବା ହଳଦିଆ ରଙ୍ଗର ବସ୍ତ୍ର ଧାରଣ କରନ୍ତୁ । ଏହାପରେ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ସୂର୍ଯ୍ୟ ବୀଜ ମନ୍ତ୍ର ‘ଓଁ ଘୃଣିଃ ସୂର୍ଯ୍ୟାୟ ନମଃ’ କୁ ୧୦୮ ଥର ଜପନ୍ତୁ । ଏହି ଅବସରରେ ଏକ ଚାନ୍ଦୀର ଢାଳରେ ସୁଦ୍ଧ ଜଳ ନେବା ସହ ସେଥିରେ ଗାଇ ଖୀର ମିଶାଇ ଦିଅନ୍ତୁ । ଯେତେବେଳେ ଆପଣଙ୍କ ମନ୍ତ୍ର ଜପ ଶେଷ ହେବ ସେତେବେଳେ ସୂର୍ଯ୍ୟଦେବଙ୍କ ସାମ୍ନାରେ ଛିଡା ହୋଇ ସେହି ଚାନ୍ଦୀ ଢାଳରେ ଥିବା ଜଳକୁ ଅର୍ପଣ କରନ୍ତୁ । ଏହି ଜଳ ଅର୍ପଣ କଲା ସମୟରେ ଆପଣ ଆଉ ୧୧ ଥରେ ସେହି ମନ୍ତ୍ରକୁ ଜପନ୍ତୁ । ଏହି ଉପାୟ କରିବା ଦ୍ୱାରା ସୂର୍ଯ୍ୟଦେବ ପ୍ରସନ୍ନ ହେବା ସହ ସମସ୍ତ ମନସ୍କାମନା ବହୁତ ଶୀଘ୍ର ପୁରଣ କରିଥାନ୍ତି ।