ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ପବିତ୍ର ଅଁଳା ନବମୀ । ଆଜିର ଦିନରେ ଅଁଳା ଗଛକୁ ପୂଜା କରିବାର ବିଧି ରହିଛି । ବିଶ୍ୱାସ ରହିଛି କି ଅଁଳା ଗଛକୁ ପୂଜା କରିବା ଦ୍ୱାରା ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହୋଇଥାଏ । କାରଣ ଅଁଳା ଗଛରେ ଶ୍ରୀହରି ବିଷ୍ଣୁ ନିବାସ କରିଥାନ୍ତି । କୁହାଯାଏ କି ଅଁଳା ନବମୀରେ ଯେଉଁ ବ୍ୟକ୍ତି ଅଁଳା ଗଛରେ ସୂତା ବାନ୍ଧି ବିଧି ବିଧାନର ସହ ପୂଜା କରନ୍ତି ତାଙ୍କୁ ସୁଖ-ଶାନ୍ତି, ଧନ-ସମ୍ପତ୍ତି ବରଦାନ ପ୍ରାପ୍ତି ହୋଇଥାଏ । ଶାସ୍ତ୍ରରେ ଏହି ଦିନ ପାଇଁ କିଛି ଉପାୟ ମଧ୍ୟ ବର୍ଣ୍ଣିତ ଅଛି । ତେବେ ଆସନ୍ତୁ ଜାଣିବା ଅଁଳା ନବମୀରେ କେଉଁ ଉପାୟ କରିବା ଉଚିତ ।
ଅଁଳା ନବମୀ ଦିନ ସନ୍ଧ୍ୟାରେ ଅଁଳା ଗଛ ମୂଳେ ଘିଅ ଦୀପ ଜଳାନ୍ତୁ ଏବଂ ପୂର୍ବ ଦିଗ ଆଡକୁ ମୁଖ କରି କନକଧାରା ସ୍ତୋତ୍ର ପାଠ କରନ୍ତୁ । ଏହାଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ଆୟରେ ବୃଦ୍ଧି ହୋଇଥାଏ ।
ଏକ ସବୁଜ ରଙ୍ଗର କପଡାରେ ଅଁଳାକୁ ବାନ୍ଧି ଅଁଳା ନବମୀ ପୂଜାରେ ରଖିଦିଅନ୍ତୁ । ଏହାପରେ ସେହି ଅଁଳାକୁ ନେଇ ଧନ ରଖିବା ସ୍ଥାନରେ ରଖି ଦିଅନ୍ତୁ । ଏଭଳି କରିବା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇଥାଏ ।
ଅଁଳା ନବମୀ ଦିନ ଯଦି ଆପଣ ଅଁଳା ଗଛଟିଏ ଲଗାଇବେ ତେବେ ଏହା ଅତ୍ୟନ୍ତ ଶୁଭ । କୁହାଯାଏ ଯେଉଁ ଘରେ ଅଁଳା ଗଛ ଥାଏ ସେଠି ମା ଲକ୍ଷ୍ମୀ ନିବାସ କରିଥାନ୍ତି । ଏହାସହିତ ଘରେ ଧନର ଅଭାବ ହୋଇନଥାଏ । ଘରକୁ ନକରାତ୍ମକ ଶକ୍ତି ପ୍ରବେଶ କରନ୍ତି ନାହିଁ ଏବଂ ଘରେ ସୁଖ-ସମୃଦ୍ଧି ବଳବତ୍ତର ରହିଥାଏ ।
ଅଁଳା ନବମୀରେ ପୂଜା ପରେ କୌଣସି ବ୍ରାହ୍ମଣ ଓ ଗରିବ ବ୍ୟକ୍ତିକୁ ଭୋଜନ କରାଇବା ଉତ୍ତମ ଫଳଦାୟୀ ହୋଇଥାଏ । ଏହାଦ୍ୱାରା ଶନ୍ତାନ ସୁଖ ପ୍ରାପ୍ତି ହୋଇଥାଏ ।