ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦୀପାବଳିର ପୂର୍ବ ଦିନ ଛୋଟ ଦୀପାବଳି ପାଳନ କରାଯାଇଥାଏ । ଏହା କାର୍ତ୍ତିକ ମାସର ଚର୍ତ୍ତୁଦଶୀ ଅବସରରେ ପଡୁଥିବାରୁ ଏହାକୁ ନରକ ଚର୍ତ୍ତୁଦଶୀ ବୋଲି ମଧ୍ୟ କୁହାଯାଏ । ଧନତେରସ ର ପରଦିନ ଏହି ଉତ୍ସବ ପଡିଥାଏ । ଏହି ଦିନ ମା’ ଲକ୍ଷ୍ମୀଙ୍କ କୃପା ବର୍ଷା ହୋଇଥାଏ । ସେଥିପାଇଁ କିଛି ଉପାୟମାନ ମଧ୍ୟ କରିବାକୁ ପଡିଥାଏ । ତେବେ ଆସନ୍ତୁ ଜାଣିବା ଛୋଟ ଦୀପାବଳିରେ କେଉଁ ଉପାୟ କରିବା ଦ୍ୱାରା ବର୍ଷସାରା ଘରେ ସୁଖ ସମୃଦ୍ଧି ବଳବତ୍ତର ହୋଇରହିଥାଏ ।
– ଛୋଟ ଦୀପାବଳି ରେ ଘର ସଫା କରି ସାରିବା ପରେ ଗୋଟେ ଗିନାରେ କଞ୍ଚା ଖୀର ନେଇ ସେଥିରେ କିଛି ମହୁ ମିଶାନ୍ତୁ । ଏହାପରେ ତାକୁ ଘରର ଚାରିଆଡେ ଛିଞ୍ଚନ୍ତୁ । ଏଭଳି କରିବା ଦ୍ୱାରା ଘରୁ ନକରାତ୍ମକ ଶକ୍ତି ଦୂର ହୋଇଥାଏ ।
– ନଡିଆରେ ଚନ୍ଦନ, ସିନ୍ଦୁର ଲଗାଇ ଏକ ଲାଲ କପଡାରେ ବାନ୍ଧ ଦିଅନ୍ତୁ, ଏହାପେରେ ସେଥିରେ ଧୂପକାଠି ବୁଲାଇ ପୂଜା କରିବା ସ୍ଥାନରେ ରଖିଦିଅନ୍ତୁ । ପୁଣି ଦୀପାବଳି ପୂଜା କରି ସାରିବା ପରେ ବନ୍ଧା ହୋଇଥିବା ସେହି ନଡିଆକୁ ଆପଣଙ୍କ ଆଲମିରାରେ ରଖିଦିଅନ୍ତୁ । ଏହି ଉପାୟ କରିବା ଦ୍ୱାରା ଧନ ବଳବତ୍ତର ହୋଇ ରହିଥାଏ ।
– ଯଦି ପରିବାରରେ କୌଣସି ବ୍ୟକ୍ତି ଲଗାତର ଭାବେ ରୋଗାଗ୍ରସ୍ତ ରହୁଥାନ୍ତି, ତେବେ ଛୋଟ ଦୀପାବଳି ଅବସରରେ ସାତୋଟି ସୁପାରୀ, ତିନୋଟି ଖଣ୍ଡ ହଳଦୀ ଏବଂ ପାଞ୍ଚଟି ଲବଙ୍ଗକୁ ଏକ କପଡାରେ ବାନ୍ଧି ରୋଗୀର ଶରୀରରେ ତାକୁ ୧୯ ଥର ଲଗାଇବା ପରେ କୌଣସି ଶୂନସାନ ସ୍ଥାନରେ ଏକ ଗାତ ଖୋଳି ପୋତିଦିଅନ୍ତୁ ।
– ଛୋଟ ଦୀପାବଳି ଦିନ କିନ୍ନରଙ୍କୁ ସବୁଜ ରଙ୍ଗର ଚୂଡି ଏବଂ ଶାଢୀ ଦାନ କରିବା ଦ୍ୱାରା ବ୍ୟବସାୟରେ ଲାଭ ହୋଇଥାଏ । ଏହାବ୍ୟତିତ ଏହି ଦିନ ଘରକୁ ଲେମ୍ବୁ ଏବଂ ଲୁଣ ପାଣିରେ ପୋଛିବା ଦ୍ୱାରା ବାସ୍ତୁ ଦୋଷ ଦୂର ହୋଇଥାଏ ।
– ଛୋଟ ଦୀପାବଳିରେ ପଞ୍ଚାମୃତ ଭୋଗ ଲଗାଇ ଘରର ସମସ୍ତ ସଦସ୍ୟଙ୍କୁ ବାଣ୍ଟନ୍ତୁ ଏବଂ ଦୀପାବଳି ଦିନ ଟିକେ ପଞ୍ଚାମୃତ ଘରର ମୁଖ୍ୟ ଦ୍ୱାରରେ ଛିଞ୍ଚି ଦିଅନ୍ତୁ । ଏହାଦ୍ୱାରା ମା ଲକ୍ଷ୍ମୀଙ୍କ ଆର୍ଶିବାଦ ପ୍ରାପ୍ତ ହେବ ।
– ଛୋଟ ଦୀପାବଳି, ବଡ ଦୀପାବଳି ଏବଂ ଧନତେରସ ଦିନ ଗଣେଶ ସ୍ର୍ତ୍ରୋତ ପାଠ କରିବା ଦ୍ୱାରା ମା’ ଲକ୍ଷ୍ମୀଙ୍କ କୃପା ଲାଭ ହେବା ସହ ଆର୍ଥିକ ସ୍ଥିତି ମଜବୁତ ହେବ ।