ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବୁଧବାର ଦିନ ଭଗବାନ ଗଣେଶଙ୍କୁ ସମର୍ପିତ କରାଯାଇଛି । ଏହିଦିନ ବିଧି ବିଧାନ ସହ ଭଗବାନ ଗଣେଶଙ୍କୁ ପୂଜା କରାଯାଇଥାଏ । ଏହାଦ୍ୱାରା ଭକ୍ତଙ୍କ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ଏବଂ ଦୁଃଖ ଦୂର ହୋଇଥାଏ । ମାନ୍ୟତା ରହିଛି କି ଗଣେଶଙ୍କ ପୂଜା ଦ୍ୱାରା କୌଣସି ବି କାର୍ଯ୍ୟର ଶୁଭାରମ୍ଭ କରାଯାଇଥାଏ । ସେହିପରି ବୁଧବାର ଦିନ ଉପାୟ କରିବା ଦ୍ୱାରା ଗଣେଶଙ୍କ କୃପା ଲାଭ ହୋଇପାରେ ।
ବୁଧବାର ଦିନ ସବୁଜ ରଙ୍ଗର ଜିନିଷ ପ୍ରୟୋଗ ଶୁଭ ହୋଇଥାଏ । ବୁଧଗ୍ରହ କମଜୋର ହେବା ଦ୍ୱାରା ବ୍ୟକ୍ତିଙ୍କୁ ସର୍ବଦା ନିଜ ପାଖରେ ସବୁଜ ରଙ୍ଗର କପଡା ବା ରୁମାଲ ରଖିବା ପାଇଁ ପରାମର୍ଶ ଦିଆଯାଇଥାଏ । ଏହି କୌଣସି ଗରିବ ଲୋକଙ୍କୁ ସବୁଜ ମୁଗଡାଲି ଦାନରେ ଦିଅନ୍ତୁ ।
ଗଣେଶ ଭଗବାନଙ୍କୁ ବୁଦ୍ଧିଦାତା ବୋଲି କୁହାଯାଏ । କୁହାଯାଏ କି ଗଣେଶଙ୍କର ପ୍ରିୟ ହେଉଛି ଦୁବ । ପ୍ରତ୍ୟେକ ବୂଧବାର ନିୟମିତ ରୂପେ ଭଗବାନ ଗଣେଶଙ୍କୁ ଦୁବ ଅର୍ପଣ କରିବା ଦ୍ୱାରା ଜୀବନରେ ସମସ୍ତ ସସମ୍ୟା ଦୂର ହୋଇଥାଏ ।
ଶାସ୍ତ୍ରରେ ଉଲ୍ଲେଖ ଅଛି କି ଭଗବାନ ଗଣେଶର ଅତି ପ୍ରିୟ ହେଉଛି ଲଡ୍ଡୁ ଏବଂ ମୋଦକ । ଏହି ଦୁଇଟି ଜିନିଷ ଗଣେଶଙ୍କୁ ଭୋଗରେ ଲଗାଇବା ଦ୍ୱାରା କୃପା ପ୍ରାପ୍ତ ହୋଇଥାଏ ।
ଗଣେଶଙ୍କର ପ୍ରିୟ ହେଉଛି ସମି ପତ୍ର । ସେଥିପାଇଁ ବୁଧବାର ଦିନ ଗଣେଶଙ୍କୁ ସମି ପତ୍ର ଅର୍ପଣ କରନ୍ତୁ ।