ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିରେ ପାଳିତ ହୁଏ ଧନତେରସ । ଏହି ଦିନ କିଣାକିଣିର ମହତ୍ୱ ରହିଛି । ବିଶ୍ୱାସ ରହିଛି କି ଏହିଦିନ କିଣା ଯାଇଥିବା ଜିନିଷରେ ଅନେକ ଗୁଣା ବୃଦ୍ଧି ହୋଇଥାଏ । ଶାସ୍ତ୍ରରେ କୁହାଯାଇଛି କି ଏହିଦିନ କିଛି ଉପାୟ କରିବା ଦ୍ୱାରା ଘରେ ଧନ-ଧାନ୍ୟ ରେ ପରିପୂର୍ଣ୍ଣ ହୋଇଯାଏ ଏବଂ ମା’ ଲକ୍ଷ୍ମୀଙ୍କ ଆର୍ଶିବାଦ ସଦାସର୍ବଦା ରହିଥାଏ । ସେଥପାଇଁ ଆସନ୍ତୁ ଜାଣିବା ଧନତେରସରେ କେଉଁ ଉପାୟ କରିବା ଉଚିତ୍ ।
– ଧନତେରସରେ ପାଞ୍ଚୋଟି ଗୋମତି ଚକ୍ରରେ ଚନ୍ଦନ ଲଗାଇ ଲକ୍ଷ୍ମୀ ପୂଜା କରନ୍ତୁ ଏବଂ ଲକ୍ଷ୍ମୀ ମନ୍ତ୍ର ଜପନ୍ତୁ ।
– ଧନତେରସରେ ଲକ୍ଷ୍ମୀ-ଗଣେଶ ଏବଂ କୁବେର ପୂଜା କରିବା ପରେ ୨୧ ଟି ଚାଉଳ ଦାନାକୁ ଏକ ଲାଲ କପଡାରେ ବାନ୍ଧି ଆଲମିରାରେ ରଖି ଦିଅନ୍ତୁ । ଧନତେରସରେ ଏହି ଉପାୟ କରିବା ଦ୍ୱାରା ଆର୍ଥିକ ବୃଦ୍ଧି ହୋଇଥାଏ ।
– ଧନତେରସ ଠାରୁ ଭାଇଦୁଜ ପର୍ଯ୍ୟନ୍ତ ୧୧ କଉଡିକୁ ଲାଲ କପଡାରେ ରଖି ଶ୍ରୀ ସୁକ୍ତ ପାଠ କରିବା ଦ୍ୱାରା ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ ।
– ଧନ ପ୍ରାପ୍ତି ପାଇଁ ଧନତେରସ ସନ୍ଧ୍ୟାରେ ୧୩ ଟି ଦୀପ ଜଳାନ୍ତୁ । ଏହାସହିତ ୧୩ ଟି କଉଡିକୁ ନେଇ ଅର୍ଦ୍ଧ ରାତ୍ରିରେ ଘରର ପ୍ରତ୍ୟେକ କୋଣରେ ରଖିଦିଅନ୍ତୁ । ଏଭଳି କରିବା ଦ୍ୱାରା ଧନ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି ।
– ଯେଉଁ ବ୍ୟକ୍ତିଙ୍କ ନିକଟରେ ଧନ ରହୁ ନାହିଁ । ସେମାନେ ଧନତେରସ ଠାରୁ ଦୀପାବଳୀ ପର୍ଯ୍ୟନ୍ତ ମା ଲକ୍ଷ୍ମୀଙ୍କୁ ଏକ ଯୋଡା ଲବଙ୍ଗ ଚଢାନ୍ତୁ ।