ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଶନିଙ୍କ ନାଁ ଶୁଣିଲା ମାତ୍ରେ ମନରେ ଏକ ପ୍ରକାରର ଡର ଆସିଥାଏ । ଶନିଦେବଙ୍କୁ ଗ୍ରହ ମାନଙ୍କ ନ୍ୟାୟଧୀଶ ବୋଲି କୁହାଯାଏ । ସେ କାହାରି ସହିତ ଅନ୍ୟାୟ କରନ୍ତି ନାହିଁ । ବରଂ କର୍ମ ଅନୁସାରେ ଶୁଭ ଏବଂ ଅଶୁଭ ଫଳ ପ୍ରଦାନ କରିଥାନ୍ତି । ଯେଉଁ ବ୍ୟକ୍ତିଙ୍କ ଉପରେ ଶନିଦେବ ପ୍ରସନ୍ନ ହୋଇଥାନ୍ତି ତାଙ୍କ ଉପରେ ସାଢେସାତୀ ଶନିର ପ୍ରଭାବ ପଡିନଥାଏ । ଜ୍ୟୋତିଷଶାସ୍ତ୍ରରେ ଶନିଙ୍କ ସାଢେସାତୀ ଖୁବ୍ କଷ୍ଟଦାୟୀ ବୋଲି ଉଲେଖ ଅଛି । ସେହିପରି ଯେଉଁ ବ୍ୟକ୍ତିଙ୍କ ଉପରେ ସାଢେସାତୀ ଶନି ପ୍ରଭାବ ପଡିଥାଏ । ସେମାନଙ୍କୁ ଧନହାନି, ବ୍ୟବସାୟରେ କ୍ଷତି, ପରିବାରରେ ବିବାଦ ଏବଂ ରୋଗ ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ତେବେ ଆସନ୍ତୁ ଜାଣିବା କିଭଳି ଶନିଙ୍କ ସାଢେସାତୀ ପ୍ରଭାବକୁ କଣ କରି ପାରିବେ ।
ଶନିବାର ଭଗବାନ ଶନିଙ୍କୁ ସମର୍ପିତ କରାଯାଇଥାଏ । ଏହିଦିନ କଳାରଙ୍ଗ ବସ୍ତ୍ର ଧାରଣ କରିବା ଶୁଭ ହୋଇଥାଏ । ସେହିପରି ଶନିଦେବଙ୍କୁ ପ୍ରସନ୍ନ କରିବାର ସବୁଠାରୁ ଭଲ ଉପାୟ ହେଉଛି କୌଣସି ଗରିବ ଲୋକଙ୍କୁ ଦାନ କରିବା । ଯେଉଁ ବ୍ୟକ୍ତି ନିଶ୍ୱାର୍ଥ ପର ଭାବେ କୌଣସି ଗରିବ ଲୋକଙ୍କୁ ସହାୟକ ହୁଏନ୍ତି ଏବଂ ସେମାନଙ୍କୁ ଘୃଣା ଦୃଷ୍ଟିରେ ଦେଖନ୍ତି ନାହିଁ । ଏହାଦ୍ୱାରା ଶନି ପ୍ରସନ୍ନ ହୋଇଥାନ୍ତି ।
ସେହିପରି ଯଦି କୌଣସି ବ୍ୟକ୍ତିଙ୍କ ଉପରେ ଶନିଙ୍କର ସାଢେସାତୀ ପ୍ରଭାବ ରହିଛି । ଏବଂ ତାକୁ ଦୂର କରିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ସହଚ ଉପାୟ ହେଉଛି ଗୋଲମରିଚ । ଏହାଦ୍ୱାରା ଆପଣ ସାଢେସାତୀ ପ୍ରଭାବରୁ ରକ୍ଷା ପାଇ ପାରିବେ । ଏହାସହିତ ରାହୁଙ୍କ ଅଶୁଭତାକୁ ଦୂର କରିବା ପାଇଁ ଗୋଲମରିଚ ସହାୟକ ହୋଇଥାଏ ।
ସେଥିପାଇଁ ଶନିବାର ଦିନ ନିଜ ଖାଦ୍ୟରେ ଗୋଲମରିଚ ଏବଂ କଳାଲୁଣ ବ୍ୟବହାର କରି ସେବନ କରିବା ଦ୍ୱାରା ଶନିଙ୍କ ଅଶୁଭତାକୁ କମ କରାଯାଇ ପାରିବ ।
ଯଦି ସାଢେସାତୀ ଶନି ପାଇଁ ସମସ୍ୟା ଉପୁଜୁଛି ତେବେ ଶନିବାର ଦିନ କିଛି ଗୋଲମରିଚ ଦାନା କଳା କପଡାରେ ବାନ୍ଧି ଦାନ କରିଦିଅନ୍ତୁ । ଏଭଳି କରିବା ଦ୍ୱାରା ଆଶ୍ୱସ୍ତି ମିଳିବ ।
ଅନ୍ୟପଟେ ଯଦି କୌଣସି ବ୍ୟକ୍ତି ଉପରେ ଶନିଙ୍କ ସାଢେସାତୀ ପ୍ରଭାବ ରହିଥାଏ ତେବେ ହେବା କାମ ବି ବିଗିଡି ଯାଇଥାଏ । ଯାହାଫଳରେ ଅନେକ ପ୍ରକାରର ବାଧା ଉତ୍ପନ୍ନ ହୋଇଥାଏ । ସେଥିପାଇଁ ଘରର ମୁଖ୍ୟ ଦ୍ୱାରରେ ଗୋଲମରିଚ ଦାନା ପକେଇ ଦିଅନ୍ତୁ ଏବଂ ପାଦ ରଖି ବାହାରକୁ ଚାଲି ଯାଆନ୍ତୁ । ବାହାରକୁ ବାହାରିଲା ପରେ ଆଉ ପଛକୁ ଅନେଇବ ନାହିଁ । ଶନିବାର ଦିନ ଏହି ଉପାୟ କରିବା ଦ୍ୱାରା ବିଶେଷ ଲାଭ ହୋଇଥାଏ ।