ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମଙ୍ଗଳବାର ହେଉଛି ଭଗବାନ ହନୁମାନଙ୍କ ବାର । ଏହିଦିନ ବିଧି ବିଧାନ ସହ ହନୁମାନଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ଯଦି ଆପଣଙ୍କୁ ଲାଗୁଛି କି ହାତ ପାହାନ୍ତଙ୍କୁ ସଫଳତା ଆସି ଆପଣ ବିଫଳ ହେଉଛନ୍ତି ତେବେ ମଙ୍ଗଳବାର କରନ୍ତୁ କିଛି ଉପାୟ ।
ମଙ୍ଗଳବାର ଉପାୟ:
– ମଙ୍ଗଳବାର ଦିନ ରାମ ମନ୍ଦିର ଯାଆନ୍ତୁ । ହନୁମାନଙ୍କ ଶ୍ରୀ ରୂପର ମସ୍ତକ ସିନ୍ଦୁର ଡାହାଣ ହାତର ଅଙ୍ଗୁଳିରେ ଆଣି ସୀତା ମାତା ଶ୍ରୀ ରୂପର ଶ୍ରୀଚରଣରେ ଲଗାଇ ଦିଅନ୍ତୁ ଏବଂ ନିଜ ମନସ୍କାମନା ପୂରଣ କରିବା ପାଇଁ ପ୍ରର୍ଥନା କରନ୍ତୁ ।
– ଶନିବାର ବା ମଙ୍ଗଳବାର ଦିନ ସକାଳୁ ସୂତାର ତଳ ଭାଗରେ ୪ଟି ଲଙ୍କା, ଉପର ଭାଗରେ ୩ ଟି ଲଙ୍କା ଏବଂ ମଝିରେ ଲେମ୍ବୁ ଗୁନ୍ଥି ଘର ଏବଂ ବ୍ୟବସାୟିକ ସ୍ଥାନର ଦୁଆର ବନ୍ଧରେ ଟଙ୍ଗି ଦିଅନ୍ତୁ । ଏହାଦ୍ୱାରା ନକରାତ୍ମକ ଶକ୍ତି ଦୂର ହୋଇଥାଏ ଏବଂ ସକରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ ।
– ମଙ୍ଗଳବାର ଦିନ ସନ୍ଧ୍ୟାରେ ହନୁମାନଙ୍କୁ କେୱଡା ଅତର ଏବଂ ଗୋଲାପ ମାଳା ଚଢାନ୍ତୁ । ହନୁମାନଙ୍କୁ ପ୍ରସନ୍ନ କରିବା ପାଇଁ ଏହା ସବୁଠାରୁ ସହଜ ଉପାୟ ।
– ଜୀବନରେ ସମସ୍ତ ସମସ୍ୟା ନିବାରଣ ପାଇଁ ହନୁମାନଙ୍କ ମନ୍ଦିର ଯାଆନ୍ତୁ ଏବଂ ରକ୍ଷା ସ୍ର୍ତ୍ରୋତ ପାଠ କରନ୍ତୁ ।
– ମଙ୍ଗଳବାର ସନ୍ଧ୍ୟାରେ ହନୁମାନ ମନ୍ଦିର ଯାଇ ଗୋଟେ ସୋରିଶ ତେଲ ଦୀପ ଏବଂ ଗୋଟେ ଘିଅ ଦୀପ ଜଳାନ୍ତୁ । ଏହାପରେ ସେଠାରେ ବସି ହନୁମାନ ଚାଳିଶା ପାଠ କରନ୍ତୁ ।