ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଶୁକ୍ରବାର ଦିନ ମା’ ଲକ୍ଷ୍ମୀଙ୍କ ପୂଜା କରାଯାଇଥାଏ ଏବଂ ଧନର ଦେବୀ ହେଉଛନ୍ତି ମା’ ଲକ୍ଷ୍ମୀ । ଏହାସହିତ ଭଗବାନଙ୍କ ବିଷ୍ଣୁଙ୍କ ପତ୍ନୀ ହେଉଛନ୍ତି ମା’ ଲକ୍ଷ୍ମୀ । ସେଥିପାଇଁ ତାଙ୍କୁ ବିଷ୍ଣୁଙ୍କ ସହିତ ପୂଜା କରିବା ଦ୍ୱାରା ସେ ପ୍ରସନ୍ନ ହୋଇଥାନ୍ତି । ସେଥିପାଇଁ ଆଜି ଆମେ ଆପଣଙ୍କୁ ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାର କିଛି ଉପାୟ କହିବାକୁ ଯାଉଛୁ ।
ଶୁକ୍ରବାର ସକାଳୁ ସ୍ନାନ ସାରି ଦକ୍ଷୀଣାବର୍ତ୍ତି ଶଙ୍ଖରେ ଜଳ ଭର୍ତ୍ତି କରି ଭଗବାନ ବିଷ୍ଣୁଙ୍କୁ ଅଭିଶେକ କରନ୍ତୁ । ଏଭଳି କରିବା ଦ୍ୱାରା ମା’ ଲକ୍ଷ୍ମୀ ଖୁସୀ ହୋଇଥାନ୍ତି ଏବଂ ଆର୍ଥିକ ଅଭାବ ଦୂର କରିଥାନ୍ତି ।
ଶୁକ୍ରବାର ଦିନ ହଳଦିଆ କପଡାରେ ପାଞ୍ଚୋଟି ହଳଦିଆ କଉଡି, କିଛି କେସର ଏବଂ ଏକ ଚାନ୍ଦୀ କଏନ ବାନ୍ଧି ଆଲମିରାରେ ରଖିଦିଅନ୍ତୁ । କିଛି ଦିନ ମଧ୍ୟରେ ଧନ ବୃଦ୍ଧି ହେବା ଆରମ୍ଭ ହୋଇଯିବ ।
ସେହିପରି ୩ ଜଣ ଛୋଟ କନ୍ୟାଙ୍କୁ ଶୁକ୍ରବାର ଦିନ ଭୋଜନ ପାଇଁ ଘରକୁ ଆମନ୍ତ୍ରଣ କରନ୍ତୁ । ସେମାନଙ୍କୁ ଖାଦ୍ୟରେ ଖୀରି ଖାଇବାକୁ ଦିଅନ୍ତୁ ଏବଂ କିଛି ଟଙ୍କା ଏବଂ ହଳଦିଆ କପଡା ଉପହାରରେ ଦିଅନ୍ତୁ ।