ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମରେ କାର୍ତ୍ତିକ ପୂର୍ଣ୍ଣିମାର ଖୁବ୍ ମହତ୍ୱ ରହିଛି । କାର୍ତ୍ତିକ ପୂର୍ଣ୍ଣିମା ସହିତ ଅନେକ ପୌରାଣିକ କଥା ଯୋଡି ହୋଇଛି । ଏହିଦିନକୁ ତ୍ରୀପୁରାରି ପୂର୍ଣ୍ଣିମା ଭାବେ ମଧ୍ୟ ଜଣାଯାଇଥାଏ । ଏହାସହିତ ଏହିଦିନ କାଶୀରେ ଦେବ ଦୀପାବଳୀ ପାଳନ କରିବାର ପରମ୍ପରା ରହିଛି । ଚଳିତବର୍ଷ ନଭେମ୍ବର ୧୯ ରେ ପାଳିତ ହେବ କାର୍ତ୍ତିକ ପୂର୍ଣ୍ଣିମା । ଏହିଦିନ ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କୁ ପୂଜା କରାଯାଇଥାଏ । ଜ୍ୟୋତିଷଶାସ୍ତ୍ର ଅନୁସାରେ ଏହିଦିନ କିଛି ଖାସ କାର୍ଯ୍ୟ କରିବା ଦ୍ୱାରା ଘରେ ଧନ-ଧାନ୍ୟର ଅଭାବ ହୋଇନଥାଏ । ତେବେ ଆସନ୍ତୁ ଜାଣିବା ଧନ-ସମୃଦ୍ଧି ପାଇଁ କାର୍ତ୍ତିକ ପୂର୍ଣ୍ଣିମାରେ କଣ କରିବା ଉଚିତ୍ ।
ହିନ୍ଦୁ ଧର୍ମରେ ପୂର୍ଣ୍ଣିମା ତିଥିରେ ପବିତ୍ର ନଦୀରେ ସ୍ନାନ କରିବାର ବିଶେଷ ମହତ୍ୱ ରହିଛି । ମାନ୍ୟତାନୁସାରେ କାର୍ତ୍ତିକ ପୂର୍ଣ୍ଣିମାରେ ଦେବତା ପୃଥିବୀକୁ ଆସି ଗଙ୍ଗାରେ ସ୍ନାନ କରନ୍ତି । ସେଥିପାଇଁ ଏହିଦିନ ଗଙ୍ଗାସ୍ନାନ କରିବା ଉଚିତ୍ । ଯଦି ଗଙ୍ଗା ସ୍ନାନ ସମ୍ଭବ ନୁହେଁ ତେବେ ପାଣିରେ ଗଙ୍ଗା ଜଳ ପକାଇ ସ୍ନାନ କରିପାରିବେ । ଏହିଦିନ ନିଜ କ୍ଷମତାନୁଯାୟୀ ଅନ୍ନ, ବସ୍ତ୍ର ଦାନ କରିବା ଶୁଭ ହୋଇଥାଏ । ଏହାସହିତ ପୂଣ୍ୟ ପ୍ରାପ୍ତି ଏବଂ ଘରେ ସୁଖ, ସମୃଦ୍ଧି ଓ ଲକ୍ଷ୍ମୀ ବାସ କରିଥାନ୍ତି ।
କାର୍ତ୍ତିକ ପୂର୍ଣ୍ଣିମାରେ ତୁଳସୀ ପୂଜନର ବିଶେଷ ମହତ୍ୱ ରହିଛି । ଭଗବାନ ବିଷ୍ଣୁଙ୍କ ପ୍ରିୟ ହେଉଛି ତୁଳସୀ । ସେଥିପାଇଁ ଏହିଦିନ ତୁଳସୀ ପୂଜା କରିବା ଦ୍ୱାରା ଘରେ ସୁଖ-ସମୃଦ୍ଧି ଏବଂ ସକରାତ୍ମକତା ଆଗମନ ହୋଇଥାଏ । ଏହି ପୂର୍ଣ୍ଣିମାରେ ତୁଳସୀ ପୂଜା ଦ୍ୱାରା ଭଗବାନ ବିଷ୍ଣୁଙ୍କ ସହିତ ଲକ୍ଷ୍ମୀଙ୍କ କୃପା ମଧ୍ୟ ପ୍ରାପ୍ତ ହୋଇଥାଏ ।
ସେହିପରି କାର୍ତ୍ତିକ ପୂର୍ଣ୍ଣିମାରେ ଦୀପଦାନ କରିବା ମଧ୍ୟ ଶୁଭ ହୋଇଥାଏ ।