ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ କିଛି ନା କିଛି ସମସ୍ୟା ରହିଥାଏ । ସେ ଛୋଟ ସମସ୍ୟା ହେଉ ଅବା ବଡ । ଯେଉଁଥି ପାଇଁ ବ୍ୟକ୍ତିଙ୍କୁ ଚିନ୍ତାରେ ରହିବାକୁ ପଡିଥାଏ । ବ୍ୟକ୍ତିଙ୍କ ସମସ୍ତ ସମସ୍ୟାର ସମାଧାନ ଭଗବାନ ହନୁମାନ ହିଁ କରିପାରିବେ । ହନୁମାନଙ୍କ ସାଧନା ଖୁବ୍ ସରଳ ଏବଂ ସୁଗମ । କାରଣ ସେ ବାଲ୍ ବ୍ରହ୍ମଚାରୀ । ସେଥିପାଇଁ ତାଙ୍କ ସାଧନାରେ ନିହାତି ଭାବେ ବ୍ରହ୍ମଚାରୀ ବ୍ରତ ନେବା ଆବଶ୍ୟକ ।
କୁହାଯାଏ କି କଲିଯୁଗରେ ଭଗବାନ ହନୁମାନଙ୍କ ଉପାସନା କରିବା ଦ୍ୱାରା ବହୁତ ଶୀଘ୍ର ମନସ୍କାମନା ପୂରଣ ହୋଇଥାଏ । କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ହନୁମାନଙ୍କୁ ପୂଜାର୍ଚ୍ଚନା କଲା ବେଳେ ବିଶେଷ କରି ସଫା ସୁତରା ଏବଂ ପବିତ୍ରତା ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍ ।
ପୂଜା କରିବା ସମୟରେ ମନ ପବିତ୍ରତା ରହିବା ଆବଶ୍ୟକ । ପୂଜା ସମୟରେ ଖରାପ ଚିନ୍ତାଧାରା ମନକୁ ଆଣନ୍ତୁ ନାହିଁ । କୁହାଯାଏ ସୂର୍ଯ୍ୟସ୍ତ ପରେ ହନୁମାନଙ୍କ ପୂଜା କରିବା ଦ୍ୱାରା ବହୁତ ଶୀଘ୍ର ପ୍ରସନ୍ନ ହୋଇ ଯାଇଥାନ୍ତି ।
ଅପରପକ୍ଷେ ମଙ୍ଗଳବାରକୁ ମଙ୍ଗଳ ଗ୍ରହର ଦିନ ବୋଲି ମଧ୍ୟ କୁହାଯାଏ । ଏହି ଦିନ ହନୁମାନଙ୍କ ପୂଜା କରିବା ଦ୍ୱାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ ।
ହନୁମାନଙ୍କ ପ୍ରସନ୍ନ କରିବାର ଉପାୟ:
ସନ୍ଧ୍ୟାରେ ସୂର୍ଯ୍ୟାସ୍ତ ପରେ ହନୁମାନଙ୍କ ମନ୍ଦିର କିମ୍ବା ଘରେ ଥିବା ହନୁମାନଙ୍କ ସାମ୍ନାରେ ଏକ ସଫା ଆସନ ଉପରେ ବସନ୍ତୁ । ଏହାପରେ ସୋରିଷ ତେଲରେ ଏକ ଚାରିମୁଖୀ ଦୀପ ଜାଳନ୍ତୁ । ଦୀପ ଜଳାଇବା ସହିତ ଧୂପ, ଫୁଲ,ସିନ୍ଦୁର ଏବଂ ଚାମେଲି ତେଲ ଆଦି ଅର୍ପଣ କରନ୍ତୁ । ଦୀପ ଲଗାଇବା ସମୟରେ ହନୁମାନଙ୍କ ମନ୍ତ୍ର ଓଁ ରାମଦୂତାୟ ନମଃ, ଓଁ ପବନ ପୁତ୍ରାୟ ନମଃ ଜପିବା ଉଚିତ୍ । ଏହାପରେ ହନୁମାନ ଚାଳିଶା ପାଠ କରନ୍ତୁ । ଏହି ସମସ୍ତ ଉପାୟ କରିବା ଦ୍ୱାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ ।