ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମରେ ସପ୍ତାହକ ସାତ ଦିନର ବିଶେଷ ମହତ୍ୱ ରହିଛି । ଦିନ ହିସାବରେ ପୂଜାପାଠ ର ଅନେକ ଭିନ୍ନ ଭିନ୍ନ ନିୟମାନ ରହିଛି । ଭିନ୍ନ ଭିନ୍ନ ଦେବା-ଦେବୀଙ୍କ ପୂଜା ବିଧିରେ ମଧ୍ୟ ଭିନ୍ନତା ରହିଥାଏ । ଏହାସହିତ ଉପାୟ ମଧ୍ୟ ଭିନ୍ନ ହୋଇଥାଏ । ଏହାରି ମଧ୍ୟରୁ ଶୁକ୍ରବାର ଉପାୟ ଉପରେ ଅଧିକ ଜୋର ଦିଆଯାଇଥାଏ । କାରଣ ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କୁ ସମର୍ପିତ କରାଯାଇଛି । ଏହିଦିନ କୌଣସି ଗଡବଡ ହେଲେ ମା ଲକ୍ଷ୍ମୀ କ୍ରୋଧିତ ହୋଇଯାନ୍ତି । ଯାହାଦ୍ୱାରା ଧନ ହାନି ସମସ୍ୟାର ସମ୍ମୁଖୀନ ହେବାକୁ ପଡେ ।
ସୁଖ-ସମୃଦ୍ଧି ଏବଂ ଧନର ଦେବୀ ହେଉଛନ୍ତି ମା ଲକ୍ଷ୍ମୀ । ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଶୁକ୍ରବାର ଦିନ ବ୍ରତ ମଧ୍ୟ ରଖାଯାଏ । ଏହାସହିତ ବିଧିବିଧାନ ସହ ମା ଲକ୍ଷ୍ମୀଙ୍କ ପୂଜା ମଧ୍ୟ କରାଯାଏ । ପୂଜା-ବ୍ରତ ଦ୍ୱାରା ବ୍ୟକ୍ତି ଧନ ସମସ୍ୟା ଦୂର ହୋଇଯାଏ । ଏହାସହିତ କିଛି ଉପାୟ ମଧ୍ୟ କରାଯାଏ । ଯାହାଦ୍ୱାରା ମା ଲକ୍ଷ୍ମୀଙ୍କ ଆର୍ଶିବାଦ ପ୍ରାପ୍ତ ହୋଇଥାଏ ।
– ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କୁ ବିଧି ବିଧାନ ସହ ପୂଜା କରିବା ଉଚିତ୍ । ମାଙ୍କର ପ୍ରିୟ ହେଉଛି ପଦ୍ମ ଫୁଲ । ସେଥିପାଇଁ ପୂଜାରେ ପଦ୍ମ ଫୁଲ ନିହାତି ବ୍ୟବହାର କରନ୍ତୁ । ଏହିଦିନ ଧଳା ରଙ୍ଗର ବସ୍ତ୍ର ଧାରଣ କରନ୍ତୁ ।
– କେବଳ ଶୁକ୍ରବାର ନୁହେଁ ସର୍ବଦା ଘରକୁ ସଫା ରଖିବା ଉଚିତ୍ । ମୁଖ୍ୟ ରୂପେ ଦ୍ୱାର ମୁହଁକୁ ସଫା ରଖିବା ଉଚିତ୍ । ଯେଉଁ ଘର ଅଳିଆ ଆବର୍ଜନା ଥାଏ ସେଠାରେ ମା ଲକ୍ଷ୍ମୀ ପ୍ରବେଶ କରନ୍ତି ନାହିଁ । ସେଥିପାଇଁ ଘରକୁ ସଫା ରଖିବା ଉଚିତ୍ ।
– ଶୁକ୍ରବାର ଗାଇକୁ ରୁଟି ଖୁଆଇବା ଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ତାଙ୍କ କୃପା ସର୍ବଦା ବଳବତ୍ତର ରହିଥାଏ । ଏଭଳି କରିବା ଦ୍ୱାରା ଜୀବନରେ କଦାପି ଧନର ଅଭାବ ହୋଇନଥାଏ ।
– କିଛି ଲୋକ ସନ୍ଧ୍ୟାବେଳେ ଘରେ ଲାଇଟ ଲଗାଇନଥାନ୍ତି ଅନ୍ଧାର କରି ରଖିଥାନ୍ତି । ବାସ୍ତବରେ ଏଭଳି କରିବା ଭୁଲ । ସନ୍ଧ୍ୟାରେ ଘର ଅନ୍ଧାର କରିବା ଉଚିତ୍ ନୁହେଁ । କାରଣ ସନ୍ଧ୍ୟାରେ ମା ଲକ୍ଷ୍ମୀଙ୍କ ଆଗମନର ସମୟ । ସେଥିପାଇଁ ସନ୍ଧ୍ୟାରେ ଘରେ ଆଲୋକ ଜଳାଇ ରଖନ୍ତୁ ।
– ଶୁକ୍ରବାର କାହାରିକୁ ଚିନି ଉଦ୍ଧାରରେ ଦେବେ ନାହିଁ । ଏହାଦ୍ୱାରା ଶୁକ୍ର ଗ୍ରହ କମଜୋର ହୋଇଥାନ୍ତି ଏବଂ ଘରେ ଦରିଦ୍ରତା ବାସ କରିଥାଏ ।