ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଚାଲିଛି ଭଗବାନ ଶିବଙ୍କର ପ୍ରିୟ ମାସ ଶ୍ରାବଣ । ଧାର୍ମିକ ବିଶ୍ୱାସ ରହିଛି କି, ଶ୍ରାବଣ ମାସରେ ଭଗବାନ ଶିବ ଏବଂ ମାତା ପାର୍ବତୀ ପୃଥିବୀକୁ ଆସିଥାନ୍ତି । ସେଥିପାଇଁ ଶିବ ଭକ୍ତମାନେ ଭକ୍ତି ମନରେ ଉପାସନା କରି ଭଗବାନ ଶିବଙ୍କୁ ପ୍ରସନ୍ନ କରିନ୍ତି । ଜ୍ୟୋତିଷଶାସ୍ତ୍ରରେ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ବିଶେଷ ଉପାୟ ରହିଛି । ଯାହାଫଳରେ ସମସ୍ତ ସମସ୍ୟା ଦୂର ହେବା ସହ ସାଂସାରିକ ସୁଖ ପ୍ରାପ୍ତି ହୋଇଥାଏ । ସେହିଅନୁଯାୟୀ ଶ୍ରାବଣର ପ୍ରଥମ ଗୁରୁବାର କରନ୍ତୁ ଏହି ବିଶେଷ ଉପାୟ..
– ଯଦି ଆପଣ ଜୀବନରେ ସଙ୍କଟରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ଶ୍ରାବଣର ପ୍ରଥମ ଗୁରୁବାରରେ ସ୍ନାନ ସାରି ଗଙ୍ଗାଜଳରେ ଭଗବାନ ଶିବଙ୍କୁ ଅଭିଶେକ କରନ୍ତୁ । ଏହାପରେ ଭଗବାନ ଶିବଙ୍କୁ ନଡିଆ ଅର୍ପଣ କରନ୍ତୁ । ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କ ପ୍ରିୟ ହେଉଛି ନଡିଆ । ଏହାଦ୍ୱାରା ଲକ୍ଷ୍ମୀନାରାୟଣ ପ୍ରସନ୍ନ ହୋଇଥାନ୍ତି । ତାଙ୍କ କୃପା ମଧ୍ୟ ବଳବତ୍ତର ରହିଥାଏ ।
– ଯଦି ଆପଣ ଭୋଳାନାଥଙ୍କ ଆର୍ଶିବାଦ ପାଇବାକୁ ଚାହୁଁଛନ୍ତି ତେବେ ଗୁରୁବାର ଆଖୁ ରସରେ ମହାଦେବଙ୍କ ଅଭିଶେକ କରନ୍ତୁ । ଏହି ଉପାୟ କରିବା ଦ୍ୱାରା ମହାଦେବ ଖୁବ୍ ଶୀଘ୍ର ପ୍ରସନ୍ନ ହୋଇଯିବେ ।
– ସେହିପରି ଯଦି ରାହୁ-କେତୁଙ୍କ ଅଶୁଭ ପ୍ରଭାବରେ ଚିନ୍ତିତ ତେବେ ଶ୍ରାବଣର ପ୍ରଥମ ଗୁରୁବାର ଜଳରେ କଳା ଜିରା, ବେଲପତ୍ର, ସୁଗନ୍ଧ, ମହୁ ମିଶାଇ ଭଗବାନ ଶିବଙ୍କୁ ଅଭିଶେକ କରନ୍ତୁ । ଏହାଦ୍ୱାରା ରାହୁ-କେତୁ ବାଧା ଦୂର ହେବ ।
– ଯଦି ଆପଣ ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ଶ୍ରାବଣର ପ୍ରଥମ ଗୁରୁବାରରେ କଳାଜିରା ଓ ଛତା ଦାନ କରନ୍ତୁ । ଏହାଦ୍ୱାରା ଜାତକରେ ଅଶୁଭ ଗ୍ରହର ପ୍ରଭାବ ଦୂର ହୁଏ ।
– ଏହାସହିତ ଯଦି ଆପଣ ବିଶେଷ କାର୍ଯ୍ୟରେ ସିଦ୍ଧି ପ୍ରାପ୍ତ କରିବାକୁ ଚାହୁଁଛନ୍ତି ତେବେ ଶ୍ରାବଣର ପ୍ରଥମ ଗୁରୁବାର ପୂଜା ଶେଷ ହେବା ପରେ ବିବାହିତ ମହିଳାଙ୍କୁ ସବୁଜ ଚୂଡି ଦାନ କରନ୍ତୁ ।