ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଗୁରୁବାର ଭଗବାନ ବିଷ୍ଣୁଙ୍କର ଦିନ । ଶ୍ରୀହରିଙ୍କୁ ପ୍ରସନ୍ନ କରିବା ପାଇଁ ଗୁରୁବାର ଦିନ ବିଶେଷ ପୂଜା କରିବା ଉଚିତ୍ । କୁହାଯାଏ କି ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ଦ୍ୱାରା ସମସ୍ତ ଦୁଃଖ କଷ୍ଟ ଦୂର ହୋଇଥାଏ । ବ୍ରହ୍ମା, ବିଷ୍ଣୁ , ମହେଶ୍ୱର ଏହି ତ୍ରିଦେବଙ୍କ ମଧ୍ୟରୁ ବିଷ୍ଣୁ ସଂସାରର ପାଳନହର୍ତ୍ତା ସ୍ଥାନ ପ୍ରାପ୍ତ କରିଛନ୍ତି । ବିଷ୍ଣୁ ଭଗବାନଙ୍କୁ ଭକ୍ତ ଅନେକ ନାଁରେ ସ୍ମରଣ କରିଥାନ୍ତି । ଯେପରିକି ଜଗନ୍ନାଥ, କୃଷ୍ଣ,ପଦ୍ମନାଭ ସ୍ୱାମୀ, ରଙ୍ଗନାଥ ସ୍ୱାମୀ । ଗୁରୁବାର ଦିନ ହଳଦିଆ ବସ୍ତ୍ର ଧାରଣ କରିବା ଉଚିତ୍ । ସେହିପରି କିଛି ଏଭଳି ଉପାୟ ରହିଛି ଯାହାକୁ ଗୁରୁବାର ଦିନ କରିବା ଦ୍ୱାରା ବୃହସ୍ପତି ଦେବଙ୍କ କୃପା ଲାଭ ହୋଇଥାଏ ।
ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ଦ୍ୱାରା ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ଏହାସହିତ ଗୁରୁବାର ଦିନ ଜ୍ଞାନବର୍ଦ୍ଧକ ପୁସ୍ତକକୁ ଏକ ଯୋଗ୍ୟ ବ୍ୟକ୍ତିଙ୍କୁ ଦାନ କରନ୍ତୁ । କୂଳ ପୁରୋହିତଙ୍କ ଆର୍ଶିବାଦ ନିଅନ୍ତୁ ଏବଂ ଶକ୍ତି ସ୍ୱର୍ଣ୍ଣ ଦାନ କରନ୍ତୁ ।
ଗୁରୁବାର ଦିନ ହଳଦିଆ ବସ୍ତ୍ର ପିନ୍ଧନ୍ତୁ । ହଳଦିଆ ରଙ୍ଗ ଭଗବାନ ବିଷ୍ଣୁଙ୍କର ଅତିପ୍ରିୟ ରଙ୍ଗ । ସେଥିପାଇଁ ଭଗବାନଙ୍କୁ ପ୍ରସନ୍ନ କରିବା ଲାଗି ଗୁରୁବାର ପିନ୍ଧନ୍ତୁ ହଳଦିଆ ରଙ୍ଗର ବସ୍ତ୍ର ।
ଏହାବ୍ୟତିତ ଗୁରୁବାର ଦିନ କଦଳୀ ଗଛ ମୂଳେ ପୂଜା କରନ୍ତୁ । ସେଥିପାଇଁ ସକାଳୁ ସକାଳୁ କଦଳୀ ଗଛ ମୂଳେ ପୂଜା କରି ଘିଅ ଦୀପ ଲଗାନ୍ତୁ । ଏହାସହିତ କଦଳୀ ପତ୍ରରେ ଚଣା ଡାଲି ଭୋଗ ଲଗାଇବା ଶୁଭ ହୋଇଥାଏ । ମସ୍ତକରେ କେଶର ତିଲକ ଲଗାନ୍ତୁ । ଗୁରୁବାର ଦିନ ସତ୍ୟନାରାୟଣ କଥା ପାଠ କରନ୍ତୁ ।