ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିଠୁ ଆରମ୍ଭ ହୋଇଯାଇଛି ଆଷାଢ ମାସ । ଏହି ମାସ ତୀର୍ଥ ଯାତ୍ରା ଓ ପୂଜା ପାଇଁ ଶୁଭ ହୋଇଥାଏ । ଏହି ମାସରେ ପୂଜା କରିବା ଦ୍ୱାରା ବିଶେଷ ଲାଭ ମିଳିଥାଏ ଏବଂ ସମସ୍ତ ମନସ୍କାମନା ପୂରଣ ହୋଇଥାଏ । ଏହି ମାସରେ ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ଶୁଭ । ତେବେ ଆସନ୍ତୁ ଜାଣିବା ଆଷାଢ ମାସରେ କଣ କରିବା ଉଚିତ୍ ଏବଂ ଅନୁଚିତ୍ ।
– ଆଷାଢ ମାସର ପ୍ରଥମ ଦିନ ସ୍ନାନ-ଦାନର ମହତ୍ୱ ରହିଛି ।
– ଆଷାଢ ମାସରେ ଲକ୍ଷ୍ମୀ ନାରାୟଣଙ୍କୁ ପୂଜା କରିବା ଲାଭ ହୋଇଥାଏ । ଜୀବନରେ ସୁଖ-ସମୃଦ୍ଧି ଆସିଥାଏ ।
– ଏହି ମାସରେ ବର୍ଷା ଋତୁର ଆଗମନ ହେତୁ ସିଝା ପାଣି ପିଇବା ଉଚିତ୍ । ଏହାସହିତ ସନ୍ତୁଳିତ ଏବଂ ପୌଷ୍ଟିକ ଆହାର କରିବା ଉଚିତ୍ ।
– ଆଷାଢ ମାସରେ ବରୁଣ ଦେବଙ୍କର ପୂଜା କରିବା ଉଚିତ୍ ।
– ଏହି ମାସରେ ବାସି ଖାଦ୍ୟ ଭୋଜନ କରିବା ଉଚିତ୍ ନୁହେଁ ।