ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଚାଲିଛି ପବିତ୍ର ମାସ କାର୍ତ୍ତିକ । ଏହି ମାସରେ କରାଯାଇଥିବା ପୂଜା ପାଠ ଦ୍ୱାରା ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ଶାସ୍ତ୍ର ଅନୁଯାୟୀ କାର୍ତ୍ତିକ ମାସ ପାଇଁ କିଛି ବିଶେଷ ନିୟମ ରହିଛି । ଯାହାକୁ ପାଳନ କରିବା ଦ୍ୱାରା ଭଗବାନ ବିଷ୍ଣୁଙ୍କ ବିଶେଷ କୃପା ଲାଭ ହୋଇଥାଏ । କାର୍ତ୍ତିକ ମାସରେ ଦୀପାବଳୀ ପର୍ବ ପାଳନ କରାଯାଇଥାଏ । ଏହାସହିତ ଏହି ମାସରେ ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କର ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ ।
କାର୍ତ୍ତିକ ମାସରେ କରାଯାଇଥିବା ଶୁଭ କାର୍ଯ୍ୟକୁ ବିଶେଷ ପୂଣ୍ୟ ପ୍ରାପ୍ତି ହୋଇଥାଏ । ଏହି ମାସରେ କରାଯାଇଥିବା ପୂଜା ଦ୍ୱାରା ଭଗବାନ ବିଷ୍ଣୁ ପ୍ରସନ୍ନ ହୋଇଥାନ୍ତି ଏବଂ ଭକ୍ତଙ୍କୁ ବିଶେଷ କୃପା ପ୍ରଦାନ କରିଥାନ୍ତି । ଏହି ମାସରେ କିଛି ନିୟମ ପାଳନ କରିବା ଦ୍ୱାରା ସୌଭାଗ୍ୟ ବୃଦ୍ଧି ହୋଇଥାଏ ।
ସ୍ନାନ: କାର୍ତ୍ତିକ ମାସରେ ପବିତ୍ର ନଦୀରେ ସ୍ନାନ କରିବାର ବିଶେଷ ମହତ୍ୱ ରହିଛି । ଏହି ମାସରେ ଯମୁନା ନଦୀର ମଧ୍ୟ ବିଶେଷ ପୂଜା କରାଯାଇଥାଏ । କାର୍ତ୍ତିକ ମାସର ଯମ ଦ୍ୱିତୀୟ ଦିନ ଯମୁନା ସ୍ନାନ କରିବା ଶୁଭ ହୋଇଥାଏ ।
ତୁଳସୀ ପୂଜା: କାର୍ତ୍ତିକ ମାସରେ ତୁଳସୀ ପୂଜାର ବିଶେଷ ମହତ୍ୱ ରହିଛି । କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥିରେ ତୁଳସୀ ବିବାହର ବିଧି ରହିଛି । ତୁଳସୀ ପୂଜା ଦ୍ୱାରା ଜୀବନରେ ସୁଖ ସମୃଦ୍ଧି ଲାଭ ହୋଇଥାଏ ।
ଦୀପଦାନ: ମାନ୍ୟତା ରହିଛି କି କାର୍ତ୍ତିକ ମାସରେ ସନ୍ଧ୍ୟା ସମୟରେ ପବିତ୍ର ନଦୀ ବା ତୁଳସୀ ଗଛ ମୂଳେ ଦୀପଦାନ କରିବା ଉଚିତ୍ । ଏହାଦ୍ୱାରା ଜୀବନରେ ସକରାତ୍ମକତା ଆସିଥାଏ । ଏହାଦ୍ୱାରା ଦେବତାଙ୍କ ଆର୍ଶିବାଦ ପ୍ରାପ୍ତ ହୋଇଥାଏ ।
ଅଂଳା ପୂଜା: କାର୍ତ୍ତିକ ମାସରେ ଅଁଳା ବୃକ୍ଷକୁ ବିଶେଷ ରୂପେ ପୂଜା କରାଯାଇଥାଏ ।