ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ଫଗୁଣ ମାସ ପୂର୍ଣ୍ଣିମା ତିଥି । ଏହି ତିଥି ଧାର୍ମିକ ରୂପେ ଖୁବ୍ ମହତ୍ୱପୂର୍ଣ୍ଣ ହୋଇଥାଏ । ପୂର୍ଣ୍ଣିମା ତିଥିରେ ପବିତ୍ର ନଦୀରେ ସ୍ନାନ କରିବା ସହିତ ସୂର୍ଯ୍ୟ ଭଗବାନଙ୍କ ପୂଜା ଏବଂ ଦାନ କରିବାର ପରମ୍ପରା ରହିଛି । ମା’ ଲକ୍ଷ୍ମୀଙ୍କର ପ୍ରିୟ ହେଉଛି ପୂର୍ଣ୍ଣିମା ତିଥି । ସେଥିପାଇଁ ଏହି ଦିନ କିଛି ଖାସ୍ ଉପାୟ କରିବା ଦ୍ୱାରା ମା’ ଲକ୍ଷ୍ମୀଙ୍କ ବିଶେଷ କୃପା ଲାଭ ହୋଇଥାଏ ।
ଧାର୍ମିକ ମାନ୍ୟତା ଅନୁଯାୟୀ ଚନ୍ଦ୍ରମା ହେଉଛନ୍ତି ମନ ର କାରକ ଏବଂ ମା’ଙ୍କ ସୂଚକ । ସେହିପରି କର୍କଟ ରାଶିର ସ୍ୱାମୀ ହେଉଛନ୍ତି ଚନ୍ଦ୍ରମା ଏବଂ ଚନ୍ଦ୍ରମା ଯେଉଁଭଳି ଭାବେ କୃଷ୍ଣ ପକ୍ଷରେ ଛୋଟ ଏବଂ ଶୁକ୍ଳ ପକ୍ଷରେ ପୂର୍ଣ୍ଣ ହୋଇଥାନ୍ତି, ସେହିଭଳି ଭାବେ ମନୁଷ୍ୟ ମଧ୍ୟରେ ବି ଚନ୍ଦ୍ରମାର ପ୍ରଭାବ ପଡିଥାଏ ।
ଶାସ୍ତ୍ରରେ ବର୍ଣ୍ଣିତ ଅଛି କି ପୂର୍ଣ୍ଣିମା ଦିନ ବରଗଛରେ ମା’ ଲକ୍ଷ୍ମୀ ଆଗମନ କରିଥାନ୍ତି । ଏହି ଦିନ ସକାଳୁ ସ୍ନାନ ସାରିବା ପରେ ବରଗଛରେ କିଛି ମିଠା ଚଢାଇ ଜଳ ଅର୍ପଣ କରନ୍ତୁ ।
ଦାମ୍ପତ୍ୟ ଜୀବନରେ ସୁଧାରତା ପାଇଁ ପୂର୍ଣ୍ଣିମା ଦିନ ପତି-ପତ୍ନୀଙ୍କ ମଧ୍ୟରୁ ଜଣଙ୍କୁ ଚନ୍ଦ୍ରମାଙ୍କୁ ଅର୍ଘ୍ୟ ଦେବା ଆବଶ୍ୟକ । ନଚେତ୍ ପତି-ପତ୍ନୀ ଏକାଠି ଅର୍ଘ୍ୟ ଦେଇ ପାରିବେ ।
ଆର୍ଥିକ ସମସ୍ୟାରୁ ଛୁଟ୍ କାରା ପାଇବା ପାଇଁ ପୂର୍ଣ୍ଣିମା ଦିନ ଚନ୍ଦ୍ରଦୋୟ ସମୟରେ କଞ୍ଚା ଖୀରରେ ଚିନି ଏବଂ ଚାଉଳ ମିଶାଇ ‘ଓଁ ସ୍ତ୍ର୍ରାଂ ସ୍ତ୍ର୍ରିଂ ସ୍ର୍ତ୍ରେøଂ ସଃ ଚନ୍ଦ୍ରମାସେ ନମଃ’ କିମ୍ବା ‘ଓଁ ଏଂ କ୍ଲିଂ ସୋମାୟ ନମଃ’ ମନ୍ତ୍ର ଜପି ଚନ୍ଦ୍ରମାଙ୍କୁ ଅର୍ଘ୍ୟ ଅର୍ପଣ କରନ୍ତୁ । ଏଭଳି କରିବା ଦ୍ୱାରା ଧୀରେ ଧୀରେ ଆର୍ଥିକ ସମସ୍ୟା ଦୂର ହେବ ।
ପୂର୍ଣ୍ଣିମା ଦିନ ମା’ ଲକ୍ଷ୍ମୀଙ୍କ ପ୍ରତିମା ଉପରେ ୧୧ଟି କଉଡି ଚଢାଇ ସେଥିରେ ହଳଦିରେ ତିଳକ ଲଗାନ୍ତୁ । ଆଗାମୀ ଦିନ ସେହି କଉଡିକୁ ଏକ ଲାଲ କପଡାରେ ବାନ୍ଧି ଆଲମିରାରେ ରଖିଦିଅନ୍ତୁ । ଏଭଳି କରିବା ଦ୍ୱାରା ଘରେ ଆର୍ଥିକ ଅନଟନ ଦେଖା ଯାଇନଥାଏ