ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଧନ, ପୁତ୍ର ଏବଂ ବିଦ୍ୟାର ଦାତା ହେଉଛନ୍ତି ଦେବ ଗୁରୁ ବୃହଷ୍ପତି । କୁହାଯାଏ ଧନ ସମ୍ପତ୍ତି ସହ ସମ୍ବନ୍ଧିତ କାମ ପାଇଁ ଏହି ଦିନ ଖୁବ୍ ଶୁଭ ହୋଇଥାଏ । ଗୁରୁବାରର କଥାରେ ବର୍ଣ୍ଣିତ ଅଛି କି, ବ୍ୟକ୍ତି ସର୍ବଦା ଦେବଗୁରୁଙ୍କୁ ପ୍ରସନ୍ନ କରିବାକୁ ଚାହିଁଥାନ୍ତି । ସେଥିପାଇଁ ତାଙ୍କୁ କିଛି ଖାସ୍ ମନ୍ତ୍ର ସହିତ ଉପାୟ କରିବା ଉଚିତ୍ । ଏହାଦ୍ୱାରା ବ୍ୟକ୍ତିଙ୍କର ସମସ୍ତ ସମସ୍ୟା ଦୂର ହେବ ।
ଗୁରୁବାରଦିନ ସକାଳୁ ସ୍ନାନ ସାରି ବୃହଷ୍ପତିଦେବଙ୍କୁ ପୂଜାର୍ଚ୍ଚନା କରିବା ସହ ଆଳତୀ କରନ୍ତୁ । ନଚେତ୍ ଆପଣ କଦଳୀ ଗଛକୁ ବି ପୂଜା କରିପାରିବେ । ଏହାସହିତ ଗୁରୁ ଗ୍ରହ ସମ୍ବନ୍ଧିତ ଜିନିଷ ଯେପରିକି ହଳଦିଆ ଡାଲି, ବସ୍ତ୍ର, ଗୁଡ, ସୁନା ଆଦିକୁ ଭଗବାନଙ୍କଠାରେ ଲାଗି କରିବା ପରେ ଦାନ କରନ୍ତୁ ।
ଶାସ୍ତ୍ର ଅନୁସାରେ ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧି ଏହି ମନ୍ତ୍ର ଜପ କରିବା ଉଚିତ୍ । ଏହାଦ୍ୱାରା ଧନ ପ୍ରାପ୍ତି ହୋଇଥାଏ ।
‘‘ଓଁ ନମୋଃ ନାରାୟଣ
ଓଁ ନମୋ ଭଗବତେ ବାସୁଦେବାୟଃ ନମଃ
ଓଁ ନମୋ ନାରାୟଣ
ଶ୍ରୀ ମନ ନାରାୟଣ ନାରାୟଣ ହରି ହରି’’ ।
ଗୁରୁବାର ଜରୁର କରନ୍ତୁ ଏହି କାମ:-
– ସକାଳ ଏବଂ ସନ୍ଧ୍ୟାରେ ଭଗବାନ ଶ୍ରୀ ହରି ବିଷ୍ଣୁଙ୍କ ସାମ୍ନାରେ ଶୁଦ୍ଧ ଘିଅ ଦୀପ ଜାଳନ୍ତୁ ।
– କେଶର କିମ୍ବା ହଳଦୀ ତିଳକ ନିଜ ମଥାରେ ଲଗାନ୍ତୁ ।
– ଘରେ ହଳଦିଆ ରଙ୍ଗର ଭୋଜନ ତିଆରି କରନ୍ତୁ ।
– ହଳଦିଆ ବସ୍ତୁ ଦାନ କରନ୍ତୁ ।
– ଗୁରୁବାର ବ୍ରତ ରଖନ୍ତୁ ।
– ଶିବଲିଙ୍ଗ ଉପରେ ହଳଦିଆ କନିଅର ଫୁଲ ଏବଂ ବେସନ ଲଡୁ ଭୋଗ ଚଢାନ୍ତୁ ।
– କଦଳୀ ଦାନ କରନ୍ତୁ ।