ଭୁବନେଶ୍ୱର (ଏଟିଆର ବ୍ୟୁରୋ): କୁହାଯାଏ ସାମ୍ନାରେ ଥୁଆ ହୋଇଥିବା ଭୋଜନ ଥାଳିର ଅପମାନ କଦାପି କରିବା ଉଚିତ୍ ନୁହେଁ । କାରଣ ଏହି ଭୋଜନ ଟିକେ ପାଇଁ ମଣିଷ ଦିନ ରାତି ପରିଶ୍ରମ କରିଥାଏ । ଭୋଜନ ଦ୍ୱାରା ହିଁ ସେ ତାର ପରିବାରର ଭରଣ ପୋଷଣ କରିଥାଏ । ଭୋଜନ ପ୍ରତ୍ୟେକ ବ୍ୟକ୍ତିର ଆବଶ୍ୟକତା, ଯାହା ବିନା ବଞ୍ଚିବା ଅସମ୍ଭବ ।
ସେ ଧନୀ ହୁଅନ୍ତୁ ଅବା ଗରିବ ଭୋଜନ କରିବା ସମୟରେ ମନୁଷ୍ୟକୁ କିଛି କଥା ଉପରେ ଧ୍ୟାନ ରଖିବା ଉଚିତ୍ । ଏନେଇ ପୁରାତନ ମାନ୍ୟତା ରହିଛି । ଏହାଦ୍ୱାରା ମନୁଷ୍ୟ ଜୀବନରେ ଟଙ୍କାର ଅଭାବ ଦେଖାଦେଇ ନଥାଏ । ତେବେ ଆସନ୍ତୁ ଜାଣିବା କଣ ରହିଛି ସେହି ଖାସ୍ କଥା..
ଭଗବାନଙ୍କୁ ଭୋଗ ଲଗାନ୍ତୁ: ଖାଦ୍ୟ ଖାଇବା ପୂର୍ବରୁ ଆପଣଙ୍କ ଘରେ ଥିବା ଭଗବାନଙ୍କୁ ନିଶ୍ଚିତ ରୂପେ ଭୋଗ ଲଗାନ୍ତୁ । ଭଗବାନଙ୍କ ଠାରେ ଭୋଗ ଲଗାଇବା ପରେ ଆପଣ ନିଜେ ଭୋଜନ ଗ୍ରହଣ କରନ୍ତୁ । ଏହାସହିତ ଭଗବାନଙ୍କୁ ଭୋଗ ଲଗାଯାଇଥିବା ଖାଦ୍ୟର ସାମଗ୍ରୀ ଆପଣ ସେକୌଣସି ଗରିବ ଲୋକ କିମ୍ବା ଗାଇକୁ ଦେଇ ପାରିବେ ।
ଭୋଜନ ପାଇଁ କୁହନ୍ତୁ ଧନ୍ୟବାଦ: ଯେତେବେଳେ ଆପଣଙ୍କ ପାଖରେ ଭୋଜନ ଥାଳି ଥୁଆ ହେଉଛି ସେହି ସମୟରେ ହାତ ଯୋଡି ଭଗବାନଙ୍କୁ ଧନ୍ୟବାଦ କରନ୍ତୁ । ବିଶ୍ୱାସ ରହିଛି କି ଯେଉଁ ଖାଦ୍ୟ ଆମକୁ ଖାଇବାକୁ ମିଳିଥାଏ ତାହା ପଛରେ ଭଗବାନଙ୍କ ହାତ ରହିଥାଏ । ସେଥିପାଇଁ ଭଗବାନଙ୍କୁ ଧନ୍ୟବାଦ ଜଣାଇବାକୁ ବିଲକୁଲ୍ ଭୁଲନ୍ତୁ ନାହିଁ ।
ଭୋଜନ ଥାଳି ଚାରିପଟେ ପାଣି ଛିଞ୍ଚନ୍ତୁ: ଯେତେବେଳେ ଆପଣ ଖାଇବା ପାଇଁ ବସୁଛନ୍ତି ସେତେବେଳେ ଭୋଜନ ଥାଳି ଚାରିପଟେ ପାଣି ବୁଲାନ୍ତୁ । ବିଶ୍ୱାସ ରହିଛି କି ଏଭଳି କରିବା ଦ୍ୱାରା ଆପଣଙ୍କ ଆଖ-ପାଖରେ ରହିଥିବା ସମସ୍ତ ଖରାପ ଶକ୍ତି ଦୂର ହୋଇଥାଏ ।