ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଶାସ୍ତ୍ରରେ ସମସ୍ତ ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରିବାର ନିୟମ ବର୍ଣ୍ଣିତ ଅଛି । କିନ୍ତୁ ଏହାପରେ ବି ପୂଜାରେ କୌଣସି କାରଣ ବସତଃ ଭୁଲ ହୋଇ ଯାଇଥାଏ । ଯେଉଁଭଳି ଭାବେ ଶାସ୍ତ୍ରରେ ପ୍ରାର୍ଥନା, ସ୍ନାନ , ଧ୍ୟାନ ଏବଂ ଭୋଗ ଲଗାଇବାର ମନ୍ତ୍ର ରହିଛି , ଠିକ୍ ସେହିଭଳି କ୍ଷମା ପ୍ରାର୍ଥନା କରିବାର ମଧ୍ୟ ମନ୍ତ୍ର ରହିଛି । ଏହାଦ୍ୱାରା ପୂଜାରେ କରିଥିବା ତ୍ରୁଟି ବା ଭୁଲ ପାଇଁ ଭଗବାନଙ୍କୁ କ୍ଷମା ପ୍ରାର୍ଥନା କରିପାରିବେ ।
ପୂଜା ସମୟରେ କରାଯାଇଥିବା କ୍ଷମା ପ୍ରାର୍ଥନା ନିୟମିତ ଜୀବନରେ ହୋଇଥିବା ତ୍ରୁଟି ପାଇଁ ହେବା ଉଚିତ୍ । ଯେତେବେଳେ ଆପଣ ଭଗବାନଙ୍କୁ ଆପଣଙ୍କ ଭୁଲ ପାଇଁ କ୍ଷମା ମାଗିଥାନ୍ତି ସେତେବେଳେ ଯାଇ ଆପଣଙ୍କ ପୁଜା ପୁରା ବା ସଫଳ ହୋଇଥାଏ ।ମଣିଷ ଭିତରେ ଥିବା ଅଂହକାରକୁ ଭାଙ୍ଗିଥାଏ କ୍ଷମା ।
କ୍ଷମାପ୍ରାର୍ଥନା ମନ୍ତ୍ର:
ଆବାହଂନ ନ ଜାନାମି ନ ଜାନାମି ବିସର୍ଜନମ୍ । ପୂଜାଂ ଚ୍ୟାବ ନ ଜାନାମି କ୍ଷମସ୍ୱ ପରମେଶ୍ୱର । ।
ମନ୍ତ୍ରହୀନଂ କ୍ରୀୟାହୀନଂ ଭକ୍ତିହୀନଂ ଜନାର୍ଦନ । ୟତ୍ପୁଜିତଂ ମୟା ଦେବ । ପରିପୂର୍ଣ୍ଣ ତଦସ୍ତୁ ମେ । ।
ଅର୍ଥାତ ହେ ଇଶ୍ୱର ମୁଁ ଆପଣଙ୍କୁ ଡାକିବା ଜାଣିନି କି ବିଦାୟ କରିବା ବି ଜାଣିନି । ଏହାସହିତ ଆପଣଙ୍କ ବନ୍ଦନା କରିବା ବି ଜାଣିନି । ଦୟାକି ମୋତେ କ୍ଷମା କରି ଦିଅନ୍ତୁ । ନା ମୋତେ ମନ୍ତ୍ରର ଜ୍ଞାନ ଅଛି ନା କ୍ରିୟାର , ମୁଁ ତ ଆପଣଙ୍କ ଭକ୍ତି କରିବା ବି ଜାଣିନି । ମୁଁ ଜଣେ ସାଧାରଣ ଭକ୍ତ । ମୋର ତ୍ରୁଟି ହୋଇପାରେ । ଭଗବାନ ମୋତେ କ୍ଷମା କରି ଦିଅନ୍ତୁ । ମୋର ଅହଂକାରକୁ ଦୂର କରି ଦିଅନ୍ତୁ । ମୁଁ ଆପଣଙ୍କ ଶରଣରେ ଅଛି ।