ଭୁବନେଶ୍ୱର (ଏଟିଆର ବ୍ୟୁରୋ); ରବିବାରକୁ ସୂର୍ଯ୍ୟଦେବଙ୍କୁ ସମର୍ପିତ କରାଯାଇଛି । ସୂର୍ଯ୍ୟଦେବଙ୍କୁ ଗ୍ରହମାନଙ୍କର ରାଜା ବୋଲି ମଧ୍ୟ କୁହାଯାଇଥାଏ । ଜାତକରେ ସୂର୍ଯ୍ୟଙ୍କ ସ୍ଥିତି ମଜବୁତ ରହିବା ଦ୍ୱାରା ବ୍ୟକ୍ତିଙ୍କୁ ଧନ, ଯଶ, କିର୍ତ୍ତି, ମାନ-ସମ୍ମାନ, କ୍ୟାରିୟର ଏବଂ ସୁସ୍ଥ ସ୍ୱାସ୍ଥ୍ୟ ପ୍ରାପ୍ତି ହୋଇଥାଏ । ସେହିପରି ଜାତକରେ ସୂର୍ଯ୍ୟ କମଜୋର ଥିଲେ ଭାଗ୍ୟ ନିରବି ଯାଇଥାଏ । ଏଭଳି ସ୍ଥିତିରେ ସୂର୍ଯ୍ୟଦେବଙ୍କ ଉପାସନା ଦ୍ୱାରା ନିରବି ଯାଇଥିବା ଭାଗ୍ୟ ପୁଣି ଥରେ ଚମକି ଉଠେ । ଯଦି ଆପଣ ନିୟମିତ ସୂର୍ଯ୍ୟଦେବଙ୍କ ପୂଜା କରିପାରୁ ନାହାନ୍ତି ତେବେ ରବିବାର ଦିନ ସୂର୍ଯ୍ୟଦେବଙ୍କ ପୂଜା ଅବଶ୍ୟ କରନ୍ତୁ ।
ଧାର୍ମିକ ମାନ୍ୟତା ରହିଛି କି ସପ୍ତାହ ଯାକ ସୂର୍ଯ୍ୟଙ୍କ ଉପାସନାରେ ଯେଉଁ ଫଳ ମିଳିଥାଏ । ତାଠାରୁ ଅଧିକ ରବିବାର ପୂଜାରୁ ମିଳିଥାଏ । ଏହାଦ୍ୱାରା ଜାତକରେ ସୂର୍ଯ୍ୟଦେବଙ୍କ ସ୍ଥିତି ମଜବୁତ ହୋଇଥାଏ ଏବଂ ସମସ୍ତ ସମସ୍ୟା ଦୂର ହୋଇଥାଏ ।
ରବିବାର ସୂର୍ଯ୍ୟୋଦୟ ପୂର୍ବରୁ ଉଠନ୍ତୁ । ସ୍ନାନ ସାରି ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦିଅନ୍ତୁ । ଜଳ ଅର୍ପିତ କରିବା ସମୟରେ ଧ୍ୟାନ ରଖିଥିବେ କି ତମ୍ବା କଳରେ ରୋଳୀ, ଅକ୍ଷତ, ଲାଲ, ଫୁଲ, ଗୁଡ ପକାଇ ସୂର୍ଯ୍ୟଦେବଙ୍କୁ ଅର୍ପଣ କରିବେ । ମାନ୍ୟତା ରହିଛି କି ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେବା ଦ୍ୱାରା ତାଙ୍କ କୃପା ପ୍ରାପ୍ତ ହୋଇଥାଏ ।
ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବ ସମୟରେ ଧ୍ୟାନ ରଖିଥିବେ ଯେପରି ପାଣି ବୁନ୍ଦା ପାଦରେ ନ ପଡେ ।
ରବିବାର ନିୟମିତ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରିବା ଉଚିତ୍ । ଏହାଦ୍ୱାରା ସୂର୍ଯ୍ୟ ପ୍ରସନ୍ନ ହୋଇ ଭକ୍ତଙ୍କ ସମସ୍ତ ମନସ୍କାମନା ପୁରଣ କରିଥାନ୍ତି ।
ମାନ୍ୟତା ରହିଛି କି ରବିବାର ଦିନ ବ୍ରତ ରଖିବା ଦ୍ୱାରା ସୂର୍ଯ୍ୟଙ୍କ ସହ ଜଡିତ ଅନେକ ସମସ୍ୟା ଦୂର ହୋଇଯାଏ ।
ଏହିଦିନ ତମ୍ବା ବାସନ ଏବଂ ଗହମ ଦାନ କରିବା ଆର୍ଥିକ ସ୍ଥିତିକୁ ମଜବୁତ କରେ ।