ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦେଶରେ ରାଜନୀତି ଯୋଗୁଁ ଧର୍ମରେ ଦୂରତା ଦେଖାଦେଇଛି । ତାପରେ ବି ଏଭଳି କିଛି ଘଟଣା ଏବଂ ଜିନିଷ ରହିଛି ଯେଉଥିଁ ପାଇଁ ଦୂରତା କମି ଥିବାର ନଜର ଆସିଛି । ଆଜି ଆମେ ଆପଣଙ୍କୁ ଏଭଳି ଏକ ମନ୍ଦିର ବିଷୟରେ କହିବାକୁ ଯାଉଛୁ ଯେଉଁଠି ଧର୍ମ ମଧ୍ୟରେ ଥିବା ଦୂରତା କମ୍ କରିବାର ପ୍ରୟାସ ଚାଲିଛି । ଆଜ୍ଞା ହଁ, ଏଭଳି ଏକ ମନ୍ଦିର ରହିଛି ଯେଉଁଠି ମୁସଲମାନ ମହିଳାଙ୍କ ପୂଜା କରାଯାଇଥାଏ । ଆମେ କହୁଛୁ ଡୋଲା ମାତା ମନ୍ଦିର କଥା । ତେବେ ଆସନ୍ତୁ ଜଣିବା ସେହି ମନ୍ଦିର ବିଷୟରେ..
ଗୁଜୁରାଟର ଅହମଦାବାଦରୁ ପ୍ରାୟତଃ ୪୦ କିଲୋମିଟର ଦୂରରେ ଝୁଲାସନ ଗାଁ ରହିଛି । ଏହି ଗାଁରେ ଡୋଲା ମାତା ନାମକ ଏକ ମନ୍ଦିର ଅଛି । ଯେଉଁଠି ମୁସଲମାନ ମହିଳାଙ୍କ ମୂର୍ତ୍ତି ରହିଛି । ବହୁ ସଂଖ୍ୟାରେ ହିନ୍ଦୁ ଭକ୍ତ ଏହି ମୁସଲମାନ ଦେବୀଙ୍କ ଆରାଧନା କରିଥାନ୍ତି । ଏହି ମନ୍ଦିରକୁ ନେଇ ମାନ୍ୟତା ରହିଛି କି ଏଠାରେ ୨୫୦ ବର୍ଷ ପୂର୍ବେ ଡୋଲା ନାମକ ଜଣେ ବାହାଦୁର ମୁସଲମାନ ମହିଳା ରହୁଥିଲେ । ଗୋଟେ ଥରେ ଯେବେ ଏହି ଗାଁରେ ଆତଙ୍କବାଦୀ ହାମଲା ହୋଇଥିଲା ସେବା ଡୋଲା ଖୁବ୍ ସାହସ ଜୁଟାଇ ସେମାନଙ୍କୁ ସାମ୍ନା କରିଥିଲା । ଏହାସହିତ ଝୁଲାସନ ଗାଁକୁ ରକ୍ଷା କରିବାକୁ ଯାଇ ନିଜ ଜୀବନକୁ ବି ବଳି ଦେଇଦେଇଥିଲା । ସବୁଠୁ ବଡ କଥା ହେଉଛି ଡୋଲା ଯେତେବେଳେ ତାର ଶେଷ ନିଶ୍ୱାସ ନେଇଥିଲା ସେତେବେଳେ ସେ ଫୁଲରେ ପରିଣତ ହୋଇଗଲା । ଏହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏହାପରେ ଗାଁଲୋକେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ ସେହି ସ୍ଥାନରେ ଏକ ମନ୍ଦିର ତୋଳିଥିଲେ । ସେବେଠାରୁ ସେହି ମନ୍ଦିରରେ ଡୋଲା ମାତାଙ୍କ ପୂଜା କରାଯାଉଛି । ହୁଏତ ଏହି ମନ୍ଦିରରେ କୌଣସି ମୂର୍ତ୍ତି କିନ୍ତୁ ପଥର ଯନ୍ତ୍ର ରହିଛି । ସେହି ଯନ୍ତ୍ର ଉପରେ ଶାଢୀ ପକାଇ ପୂଜା କରାଯାଉଛି । ହିନ୍ଦୁ ଭକ୍ତଙ୍କର ବିଶ୍ୱାସ ରହିଛି କି ଡୋଲା ମାତା ସମସ୍ତ ମନସ୍କାମନା ପୂରଣ କରିଥାନ୍ତି ।ଏହାବ୍ୟତୀତ ଏହି ମାତା ଗାଁକୁ ଅଦୃଶ୍ୟ ଶକ୍ତିରୁ ରକ୍ଷା କରିଥାନ୍ତି ।