ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆରମ୍ଭ ହୋଇଯାଇଛି ଶାରଦୀୟ ନବରାତ୍ରୀ । ଆଜି ନବରାତ୍ରୀର ପ୍ରଥମ ଦିନ । ନବରାତ୍ରୀରେ ମା ଦୁର୍ଗାଙ୍କର ୯ଟି ଭିନ୍ନ ଭିନ୍ନ ସ୍ୱରୂପକୁ ପୂଜା କରିବାର ବିଧି ରହିଛି । ଏହାସହିତ ପ୍ରଥମ ଦିନରେ ଘଟସ୍ଥାପନା କରି ବ୍ରତ ରଖିବା ସହ ବିଧି ବିଧାନର ସହ ପୂଜା କରାଯାଇଥାଏ । ଏଭଳି କରିବା ଦ୍ୱାରା ମା ଦୁର୍ଗାଙ୍କର କୃପାରୁ ସମସ୍ତ ମନସ୍କାମନା ପୁରଣ ହୋଇଥାଏ । ମା’ଙ୍କ ବିଶେଷ ଆଶୀର୍ବାଦ ପାଇବା ପାଇଁ ଏବଂ ପୂର୍ଣ୍ଣ ଫଳ ପ୍ରାପ୍ତି ପାଇଁ ଭକ୍ତଙ୍କୁ ନବରାତ୍ରୀରେ ଏହି କାମ ଭୁଲ୍ ରେ ବି କରିବା ଉଚିତ୍ ନୁହେଁ ।
– ଯଦି ଆପଣ ଶାରଦୀୟ ନବରାତ୍ରୀରେ ବ୍ରତ ରଖୁଛନ୍ତି ଏବଂ ଘରେ ଅଖଣ୍ଡ ଜ୍ୟୋତି ଜାଳୁଛନ୍ତି ତେବେ ଏଭଳି ସ୍ଥିତିରେ ଘରକୁ ଏକୁଟିଆ ଛାଡି କୁଆଡେ ଯାଆନ୍ତୁ ନାହିଁ । ଘରେ ଯେମିତି ହେଲେ ଜଣେ ଲୋକ ରହିବା ଉଚିତ୍ ।
– ନବରାତ୍ରୀରେ ଯଦି ଘଟସ୍ଥାପନା କରି ମାଙ୍କୁ ଆମନ୍ତ୍ରିତ କରିଛନ୍ତି ତେବେ ଆପଣଙ୍କୁ ସକାଳ ସନ୍ଧ୍ୟା ଦୁଇ ବେଳା ପୂଜା ପାଠ କରିବାକୁ ହେବ ।
– ନବରାତ୍ରୀରେ ଭୋରୁ ସ୍ନାନ ସାରି ଧୂଆ ବସ୍ତ୍ର ପିନ୍ଧି ପୂଜା କରିବା ନିହାତି ଜରୁରୀ ।
– ନବରାତ୍ରୀର ନଅ ଦିନ ଯାକ କଳା ରଙ୍ଗର ବସ୍ତ୍ର ଭୁଲ୍ ରେ ବି ପିନ୍ଧନ୍ତୁ ନାହିଁ । ଚମଡାରେ ତିଆରି ଯୋଜା, ବେଲ୍ଟ ଆଦି ପିନ୍ଧନ୍ତୁ ନାହିଁ ।
– ନବରାତ୍ରୀରେ କେଶ, ଦାଢି, ନଖ ଆଦି କାଟନ୍ତୁ ନାହିଁ ।
– ନବରାତ୍ରୀରେ ଘରକୁ ଶାନ୍ତି ରଖନ୍ତୁ କୌଣସି ପ୍ରକାରର କଳି ଝଗଡା କରନ୍ତୁ ନାହିଁ ।
– ବ୍ରତଧାରୀମାନେ ନଅ ଦିନ ଯାକ ବିଛଣାରେ ଶୁଅନ୍ତୁ ନାହିଁ । ଚଟାଣରେ ପଟି ବିଛାଇ ଶୁଅନ୍ତୁ ।
– ନବରାତ୍ରିରେ କାହାରି ପ୍ରତି ନକରାତ୍ମକ ଚିନ୍ତାଧାରା ମନକୁ ଆଣନ୍ତୁ ନାହିଁ ।