ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବୁଧବାର ଭଗବାନ ଗଣେଶଙ୍କୁ ସମର୍ପିତ କରାଯାଇଛି । ଏହିଦିନ ବିଧିବିଧାନ ସହ ଗଣେଶ ଭଗବାନଙ୍କୁ ପୂଜା କରାଯାଏ । ଲୋକେ ବ୍ରତ ମଧ୍ୟ ରଖିଥାନ୍ତି । ଗଣେଶ ଭଗବାନଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଆସିଥାଏ । ପୂଜା ବ୍ୟତିତ ଗଜାନନଙ୍କୁ ପ୍ରସନ୍ନ କରିବା ପାଇଁ ଭକ୍ତ ଅନେକ ଉପାୟ ମଧ୍ୟ କରିଥାନ୍ତି । ଏହାସହିତ ଶାସ୍ତ୍ରରେ କିଛି କଥା ମଧ୍ୟ କୁହାଯାଇଛି । ଯାହାକୁ ବୁଧବାର କରିବା ଉଚିତ୍ ନୁହେଁ । ଏହି କାର୍ଯ୍ୟ କରିବା ଦ୍ୱାରା ଜୀବନରେ ଦାରିଦ୍ରତା ଆସିଥାଏ । ତେବେ ଆସନ୍ତୁ ଜାଣିବା ବୁଧବାର କେଉଁ କାର୍ଯ୍ୟ କରିବା ଉଚିତ୍ ନୁହେଁ ।
ବୁଧବାର ଗଣେଶ ଭଗବାନଙ୍କ ବ୍ୟତିତ ବୁଧଗ୍ରହଙ୍କ ଦିନ ବୋଲି ମଧ୍ୟ କୁହାଯାଏ । ବୁଧଗ୍ରହକୁ ବୁଦ୍ଧି ଓ ବାଣୀର କାରକ ଗ୍ରହ ବୋଲି କୁହାଯାଏ । ଏହିଦିନ ବ୍ୟକ୍ତିଙ୍କ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖିବା ଉଚିତ୍ । ଏହିଦିନ ଭୁଲରେ ବି ଅପଶବ୍ଧ କହିବା ଉଚିତ୍ ନୁହେଁ ।
ଏହିଦିନ ଟଙ୍କା-ପଇସା ଲେଣ ଦେଣ କରିବା ଉଚିତ୍ ନୁହେଁ । ଜ୍ୟୋତିଷଶାସ୍ତ୍ର ଅନୁସାରେ ଏହିଦିନ କାହାରିକୁ ଟଙ୍କା ଲେଣ-ଦେଣ କଲେ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିପାରେ ।
ବୁଧବାର ପଶ୍ଚିମ କୋଣ ଆଡକୁ ଯାତ୍ରା କରିବା ଉଚିତ୍ ନୁହେଁ । ଯାତ୍ରା କରିବା ଅଶୁଭ ହୋଇଥାଏ । ଯଦି ଜରୁରୀ ଭାବେ ଯାତ୍ରା କରିବାକୁ ପଡେ ତେବେ ସାବଧାନତା ଅବଲମ୍ବନ କରିବା ଉଚିତ ।
ଏହିଦିନ କଳା ରଙ୍ଗର ପୋଷାକ ପରିଧାନ କରିବା ଉଚିତ୍ ନୁହେଁ । ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ବୁଧବାର କଳା ବସ୍ତ୍ର ପିନ୍ଧିବା ଦ୍ୱାରା ଦାମ୍ପତ୍ୟ ଜୀବନ ଉପରେ ପ୍ରଭାବ ପଡେ ।