ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମରେ ସକାଳୁ ଏବଂ ସନ୍ଧ୍ୟାରେ ଭଗବାନଙ୍କ ପୂଜା ପାଠର ବିଶେଷ ମହତ୍ୱ ଦିଆଯାଇଛି । କୁହାଯାଏ କି ଯେଉଁଘରେ ନିୟମିତ ପୂଜାର୍ଚ୍ଚନା ହୋଇଥାଏ ସେଠାରେ କଦାପି କୌଣସି ଦୁଃଖ ବା ସମସ୍ୟା ଦେଖାଦେଇନଥାଏ । ଭଗବାନଙ୍କୁ ଆରାଧନା କରିବା ଦ୍ୱାରା ଘରେ ସକାରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ ଏବଂ ନକରାତ୍ମକ ଶକ୍ତି ଦୂର ହୋଇଥାଏ । ଏହି କାରଣ ପାଇଁ ଘରେ ଇଶ୍ୱରଙ୍କୁ ପୂଜା କରିବାର ମହତ୍ୱ ରହିଛି ।
ଏହାବ୍ୟତିତ ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ ତାଙ୍କୁ ପୂଜା କରିବାର ଭଲ ଉପାୟ ଆଉ କିଛି ହୋଇ ପାରିବ ନାହିଁ । ଯେତେବେେଳେ ବି ଆପଣ କୌଣସି ଭଲ କାମ ଆରମ୍ଭ କରନ୍ତି ବା ମନସ୍କାମନା ପୁରଣ କରିବାକୁ ଚାହାନ୍ତି ସେତେବେଳେ ଭଗବାନଙ୍କ ଚରଣକୁ ଯାଇଥାନ୍ତି । ହୁଏତ ନିଜ ଆଡକୁ ଭଗବାନଙ୍କ ଧ୍ୟାନ ଆକର୍ଷିତ କରିବା ପାଇଁ ଆପଣଙ୍କୁ ଆଳତୀ, ଧୂପ, ଦୀପ, ଘଣ୍ଟି, ଶଙ୍ଖ ସମେତ ଅନ୍ୟ ଜିନିଷର ସହାୟତା ନେବାକୁ ପଡିଥାଏ । ଯେତେବେଳେ ବି ଭଗବାନଙ୍କ ଆରାଧନା କଥା ଆସେ ସେତେବେଳେ ପୂଜା ଥାଳି କଥା ମନକୁ ଆସିଥାଏ ଏବଂ ଏହାର ଅନେକ ମହତ୍ୱ ମଧ୍ୟ ରହିଛି । ଆପଣମାନେ ଦେଖିଥିବେ ଯେବେ ବି କୌଣସି ପୂଜାର ଆୟୋଜନ ହୋଇଥାଏ ସେତେବେଳେ ଗୋଟେ ପୂଜା ଥାଳି ସଜା ସାଇଥାଏ । ଏହି ପୂଜା ଥାଳିରେ ଅନେକ ଜିନିଷ ସଜା ହୋଇ ରଖାଯାଇଥାଏ । କିନ୍ତୁ ପ୍ରତ୍ୟେକ ପୂଜାରେ ଆପଣଙ୍କୁ ଭୁଲ୍ ରେ ବି ଏହି ଜିନିଷ ବ୍ୟବହାର କରିବା ଉଚିତ୍ ନୁହେଁ । ଯେବେ ବି ଆପଣ କୌଣସି ପୂଜା ପାଇଁ ପୂଜା ଥାଳି ପ୍ରସ୍ତୁତ କରୁଛନ୍ତି । ସେତେବେଳେ ପୂଜା ଥାଳିରେ ସେହି ଜିନିଷ ରଖନ୍ତୁ ନାହିଁ । ନଚେତ୍ ଆପଣଙ୍କ ପୂଜା ବ୍ୟର୍ଥ ହୋଇପାରେ । ତେବେ ଆସନ୍ତୁ ଜାଣିବା ସେହି ଜିନିଷ ବିଷୟରେ ଜାହାକୁ ପୂଜା ଥାଳିରେ ରଖିବା ଉଚିତ୍ ନୁହେଁ ।
ପୂଜା ଥାଳି ସଜେଇବା ବେଳେ ଆପଣ ଧ୍ୟାନ ରଖିଥିବେ କି ଥାଳି ଭିତରେ ଯେପରି ଭଙ୍ଗା ଗୁଆ ଏବଂ ଭଙ୍ଗା ଆଳତୀ ନରଖନ୍ତି । ସର୍ବଦା ପୂଜାରେ ଗୋଟା ଗୁଆ ବ୍ୟବହାର କରାଯାଇଥାଏ । ସେଥିପାଇଁ ଭୁଲ୍ ରେ ବି ଭଙ୍ଗା ଗୁଆ ବ୍ୟବହାର କରିବେ ନାହିଁ । ସେହିପରି ପ୍ରତ୍ୟେକ ପୂଜା ଥାଳିରେ ଗୋଟା କର୍ପୂର ବି ରଖାଯାଇଥାଏ । ଯାହାକୁ ଆଳତୀ ବେଳେ ଜଳାଯାଇଥାଏ । ସେଥିପାଇଁ ଥାଳିରେ ଭଙ୍ଗା କର୍ପୁର ରଖାଯାଇଥାଏ । ଏହି ଦୁଇଟି ଜିନିଷ ଆପଣଙ୍କ କାମକୁ ବିଗାଡି ପାରେ । ସେଥିପାଇଁ ବିଶେଷ ରୁପେ ଏଥିପ୍ରତି ଧ୍ୟାନ ଦେବା ଉଚିତ୍ ।