ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ବୁଧବାର ଅର୍ଥାତ ଗଜାନନଙ୍କ ଦିନ । ଆଜିର ଦିନରେ ପ୍ରତ୍ୟେକ ବ୍ୟକ୍ତି ବିଘ୍ନହର୍ତାଙ୍କ ସେବା କରିଥାନ୍ତି । ଏହାସହିତ ଗଜାନନଙ୍କୁ ପ୍ରସନ୍ନ କରିବା ଲାଗି ଲୋକେ ବିଭିନ୍ନ କାମ ମଧ୍ୟ କରିଥାନ୍ତି । କିନ୍ତୁ ବେଳେ ବେଳେ ଅଜଣାତରେ ବୁଧବାର ଦିନ କିଛି କାମ ହୋଇ ଯାଇଥାଏ, ଯାହା ବୁଧଗ୍ରହ ଅସନ୍ତୋଷ ହେବାର ମୁଖ୍ୟ କାରଣ ପାଲଟି ଯାଏ । ଏହାସହିତ ସେହି ବ୍ୟକ୍ତିଙ୍କ ଜୀବନରେ ବୁଧଗ୍ରହ ଖରାପ ପ୍ରଭାବ ପକାଇ ଥାନ୍ତି । ସେଥିପାଇଁ ଆଜି ଆମେ ଆପଣଙ୍କୁ ସେହି କାର୍ଯ୍ୟ ସବୁ ବିଷୟରେ କହିବାକୁ ଯାଉଛୁ । ଯାହାକୁ ବୁଧବାର ଭୁଲ୍ ରେ ବି କରିବା ଉଚିତ୍ ନୁହେଁ । ତେବେ ଆସନ୍ତୁ ଜାଣିବା ବୁଧବାର ଦିନ କେଉଁ ସବୁ କାମ କରିବା କଥା ନୁହେଁ ।
– ବୁଧବାର ଦିନ ନୂତନ ବସ୍ତ୍ର ଏବଂ ଜୋତା କିଣିବା ତ ଦୂରର କଥା ଏହାକୁ ପିନ୍ଧିବା ଉଚିତ୍ ନୁହେଁ ।
– ଏହିଦିନ ପୁରୁଷମାନେ ତାଙ୍କ ଶ୍ୱଶୁର ଘରକୁ ଯିବା କଥା ନୁହେଁ ।
– ଶାଳୀ, ପିଉସୀ, ବିବାହିତ ଭଉଣୀ ଏବଂ ଝିଅକୁ ବୁଧବାର ଘରକୁ ନିମନ୍ତ୍ରଣ କରନ୍ତୁ ନାହିଁ ।
– ଏହିଦିନ ଭୁଲ୍ ରେ ବି କନ୍ୟାକୁ ଅପମାନ କରନ୍ତୁ ନାହିଁ ।
– ଏହାସହିତ କିନ୍ନର ମାନଙ୍କର ମଜାକ ଉଡାନ୍ତୁ ନାହିଁ । ଏହିଦିନ ଦାନ ହିସାବରେ ସେମାନଙ୍କୁ କିଛି ଟଙ୍କା ଉପହାର ରୂପେ ଦିଅନ୍ତୁ ।
– ଟୁଥପେଷ୍ଟ, ଟୁଥପ୍ରସ୍ ଏବଂ କୌଣସି କେଶ ସମ୍ବନ୍ଧିଅ ଜିନିଷ କିଣା-ବିକା କରନ୍ତୁ ନାହିଁ ।
– ଏହିଦନ ପାନ ଖାଇବା ଉଚିତ୍ ନୁହେଁ ।
– ସେହିପାୀ ଖୀର ପୋଡିଲା ଭଳି ଜିନିଷ ତିଆରି କରନ୍ତୁ ନାହିଁ । ଯେପରିକି ରାବିଡି, ଖୀରା ଆଦି ।
– ଜୀବନକୁ ସବୁଜ ଓ ସୁନ୍ଦର ବନାଇବା ଲାଗି ବୁଧବାର ଦିନ ମୁଗ ଡାଲି, ସବୁଜ ଧନିଆ, ପାଳଙ୍ଗ,ସୋରିଶ ସାଗ କଞ୍ଚାଲଙ୍କା, ଅମୃତଭଣ୍ଡା ଏବଂ ପିଜୁଳି ଘରକୁ ଆଣନ୍ତୁ ।