ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମରେ ଧନତେରସ ମାନେ ଧନ ତ୍ରୟୋଦଶୀର ଖୁବ୍ ମହତ୍ୱ ରହିଛି । ଏହି ଦିନ ଆରୋଗ୍ୟ ଦେବତା ଧନବନ୍ତରୀ, ଧନ ଦେବୀ ମା’ ଲକ୍ଷ୍ମୀ ଏବଂ ଧନ ସମ୍ପତ୍ତିର ଅଧିପତି କୁବେରଙ୍କୁ ବିଧି ବିଧାନର ସହ ପୂଜାର୍ଚ୍ଚନା କରାଯାଇଥାଏ । ଦିନ ସାରା ଘର ସଫା ସୁତୁରା କରିବା ପରେ ସନ୍ଧ୍ୟାକୁ ଦୀପ ଜାଳିବାର ବିଧି ରହିଛି ।
ଧନତେରସ ଦିନ ସୁନା, ଚାନ୍ଦୀ, ବାସନ, ଗଣେଶ ମୂର୍ତ୍ତି, ଲକ୍ଷ୍ମୀ ମୂର୍ତ୍ତିଆଦି କିଣାଯାଇଥାଏ । ଏଭଳି କରିବା ଦ୍ୱାରା ବର୍ଷ ସାରା ଧନ ଦେବୀ ଲକ୍ଷ୍ମୀଙ୍କ କୃପାଲାଭ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏହାସହିତ ଉତ୍ତା ସ୍ୱାସ୍ଥ୍ୟ ଏବଂ ଧନ ହାନିରୁ ରକ୍ଷା ପାଇବା ପାଇଁ ଏହି କାର୍ଯ୍ୟ କରାଯାଇଥାଏ । ଏହାବ୍ୟତିତ ଏହି ଦିନ ଯେପରି କୌଣସି ଭୁଲ୍ ନହୁଏ ସେଥିପ୍ରତି ଧ୍ୟନେ ରହିବା ଉଚିତ୍ । ନଚେତ୍ ମା’ ଲକ୍ଷ୍ମୀ ରୋଷ ହେବେ । ତେବେ ଆସନ୍ତୁ ଜାଣିବା ଧନତେରସ ଦିନ କେଉଁ କାର୍ଯ୍ୟ କରିବା ଉଚିତ୍ ନୁହେଁ ।
ଅପରପେକ୍ଷ ଏହି ଦିନ ସଫା ସୁତରା କରିବାର ଦିନ ବୋଲି ମଧ୍ୟ କୁହାଯାଇଥାଏ । ଏହି ଦିନ ଘରୁ ସମସ୍ତ ବେକାର ଜିନିଷ ତଥା ଅଳିଆ ବାହାରକୁ ବାହାର କରିଦେବା ଉଚିତ୍ । ଅଳିଆ ଅବର୍ଜନା ଦ୍ୱାରା ଆପଣଙ୍କ ଘରେ ଅଧିକ ନକରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ । ସେଥିପାଇଁ ସଫା ସୁତରା ନିହାତି ଆବଶ୍ୟକ ।
ଧନତେରସ ଏବଂ ଦୀପାବଳି ଅବସରରେ ଘର ସଫା ସୁତରା ରଖିବା ଉଚିତ୍ । ଏହାସହିତ ଗୋଟେ କଥା ଧ୍ୟାନରେ ରଖିଥିବେ କି ଘରର ମୁଖ୍ୟ ଦ୍ୱାର ଯେପରି ଅଳିଆ ନହୁଏ । ଘର ସାମ୍ନାରେ ଜୋତା, ଚପଲ ଏବଂ ଅନ୍ୟାନ୍ୟ ଅଳିଆ ହଟାଇ ଦିଅନ୍ତୁ । କାରଣ ଆପଣଙ୍କ ମୁଖ୍ୟ ଦ୍ୱାରରେ ହିଁ ମା’ ଲକ୍ଷ୍ମୀଙ୍କର ପ୍ରବେଶ ହୋଇଥାଏ । ଏହି ସମୟରେ ଯଦି ଘରର ମୁଖ୍ୟ ଦ୍ୱାର ଅଳିଆ ଆବର୍ଜନା ହୋଇପଡି ରହିଥିବ ତେବେ ମା’ ରାଗିଯିବେ ଏବଂ ଦ୍ୱାର ମୁହଁରୁ ହିଁ ମା’ ଫେରିଯିବେ । ବାସ୍ତୁଅନୁଯାୟୀ ଘରର ମୁଖ୍ୟଦ୍ୱାରରେ କୌଣସି ଅଳିଆ ଜିନିଷ ରଖିବା ଉଚିତ୍ ନୁହେଁ ।