ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଶାସ୍ତ୍ରରେ କିଛି ଜିନିଷ ଏଭଳି ଅଛି ଯାହାକୁ ନିହାତି ପାଳନ କରିବା ଉଚିତ୍ । ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି ଏହି କଥାକୁ ପାଳନ ନକରନ୍ତି, ସେମାନଙ୍କୁ ଜୀବନରେ ଖରାପ ସ୍ଥିତିର ସାମ୍ନା କରିବାକୁ ପଡିଥାଏ । ଶାସ୍ତ୍ରରେ ସୂର୍ଯ୍ୟାସ୍ତ ପରେ ଏଭଳି ୫ଟି ଜିନିଷ କଥା କୁହାଯାଇଛି , ଯାହାକୁ ଭୁଲ୍ ରେ ବି କରିବା ଉଚିତ୍ ନୁହେଁ ।
ସୂର୍ଯ୍ୟାସ୍ତ ପରେ କରନ୍ତୁ ନାହିଁ ଏହି କାମ:
ଚନ୍ଦନ ଲଗାନ୍ତୁ ନାହିଁ: ସୂର୍ଯ୍ୟାସ୍ତ ପରେ ମଥାରେ କଦାପି ଚନ୍ଦନ ଲଗାଇବା ଉଚିତ୍ ନୁହେଁ । ଶାସ୍ତ୍ର ଅନୁସାରେ ରାତି ସମୟରେ ମଥାରେ ଚନ୍ଦନ ଲଗାଇବା ଦ୍ୱାରା ସ୍ୱାସ୍ଥ୍ୟ ଖରାପ ହୋଇଥାଏ । ସେପଟେ ବୈଜ୍ଞାନିକ କାରଣ ଅନୁଯାୟୀ ରାତିରେ ମଥାରେ ଚନ୍ଦନ ଲଗାଇ ଶୋଇବା ଦ୍ୱାରା ଚନ୍ଦନ ଶୁଖିଯାଇ ଆଖିରେ ପଡିଥାଏ । ଯାହା ଆଖିକୁ କ୍ଷତି ପହଁଚାଇ ଥାଏ ।
ସାଧା ଖୀର ପିଅନ୍ତୁ ନାହିଁ: ସ୍ୱାସ୍ଥ୍ୟ ପାଇଁ ଖୀର ସେବନ ଉତ୍ତମ ହୋଇଥାଏ । କିନ୍ତୁ ଶାସ୍ତ୍ର ଅନୁସାରେ ରାତିରେ ଶୋଇବା ସମୟରେ ଖୀର ପିଇବା ହାନିକାରକ । ଖୀର ପିଇବା ଦ୍ୱାରା ଥଣ୍ଡା, କାଶ ଏବଂ କଫ ସମସ୍ୟା ଉପୁଜିଥାଏ । ଶାସ୍ତ୍ର ମୁତାବକ ରାତିରେ ସର୍ବଦା କେଶର ଏବଂ ହଳଦୀ ମିଶ୍ରିତ ଖୀର ପିଇବା ଉଚିତ୍ । ଏହାଦ୍ୱାରା ଶରୀର ସୁସ୍ଥ ରହିଥାଏ ।
ରାତିରେ କପଡା ଧୁଅନ୍ତୁ ନାହିଁ: ରାତିରେ କପଡା ସଫରା କରିବା ଉଚିତ୍ ନୁହେଁ । କୁହାଯାଏ ଯେଉଁ ବ୍ୟକ୍ତି ରାତିରେ କପଡା ସଫା କରିଥାନ୍ତି ସେମାନଙ୍କ ଘରେ ସର୍ବଦା ଝଗଡା ଲାଗି ରହିଥାଏ । ସେଥିପାଇଁ ଆପଣ କଦାପି ରାତିରେ କପଡା ଧୁଅନ୍ତୁ ନାହିଁ । ଏହାବ୍ୟତିତ ରାତିରେ କପଡା ଧୋଇ ଶୁଖାଇବା ଦ୍ୱାରା କପଡାରେ ନକରାତ୍ମକ ଶକ୍ତି ରହି ଯାଇଥାଏ ।
ରାତିରେ ଶୋଇବା ପୂର୍ବରୁ ଖାଦ୍ୟ ସର୍ବଦା ଘୋଡେଇ ରଖନ୍ତୁ । କାରଣ ଖାଦ୍ୟ ଖୋଲା ଛାଡିବା ଦ୍ୱାରା ସେଥିରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ । ସେହି ଖାଦ୍ୟ ଖାଇବା ଦ୍ୱାରା ସ୍ୱସ୍ଥ୍ୟ ଖରାପ ହୋଇଥାଏ ।
ସୂର୍ଯ୍ୟାସ୍ତ ପରେ କଦାପି କୌଣସି ବ୍ୟକ୍ତି କେଶ କାଟନ୍ତୁ ନାହିଁ । ଏହା ଶାସ୍ତ୍ର ଅନୁଯାୟୀ ଭୁଲ୍ ଅଟେ । ଏଭଳି କରିବା ଦ୍ୱାରା ଜୀବନରେ ନକରାତ୍ମକ ପ୍ରଭାବ ପଡେ ଏବଂ ଧନ ହାନି ହୁଏ ।