ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମାନୁଯାୟୀ ଶନିବାର ହେଉଛି ଶନିଦେବଙ୍କ ପ୍ରିୟ ଦିନ । ଶନିବାରର ରାଜା ହେଉଛନ୍ତି ଶନିଦେବ । ଯେଉଁ ବ୍ୟକ୍ତିଙ୍କ ଉପରେ ଶନିଦେବଙ୍କ କୃପା ରହିଥାଏ ତାଙ୍କ ଜୀବନ ସୁଖ ଏବଂ ଉନ୍ନତିଦାୟକ ରହିଥାଏ । ଯଦି ଆପଣ ବି ଚାହୁଁଛନ୍ତି କି ଆପଣଙ୍କ ଉପରେ ଶନି ମହାରାଜଙ୍କ କୃପା ଲାଭ ହେଉ ତେବେ ଆପଣାନ୍ତୁ ଏହି ୬ଟି ଉପାୟ..
– ଶନିବାର ଦିନ କୌଣସି ଲୁହା ପାତ୍ରରେ ସୋରିଶ ତେଲ ଭରି କରି ସେଥିରେ ନିଜ ମୁହଁ ଦେଖନ୍ତୁ । ଏହାପରେ ସେହି ତେଲକୁ ଲୁହା ପାତ୍ର ସହିତ କୌଣସି ଗରିବ ଲୋକଙ୍କୁ ଦାନ କରି ଦିଅନ୍ତୁ ।
– ପ୍ରତ୍ୟେକ ଦିନ ୧୦୮ ଥର ଶନି ମହାରାଜାଙ୍କ ମନ୍ତ୍ର ଓଁ ପ୍ରାଂ ପ୍ରିଂ ପ୍ରୌଂ ସଃ ଶନିଶ୍ଚରାୟ ନମଃ ଜପ କରନ୍ତୁ ।
– ଶୁକ୍ରବାର ରାତିରେ କଳା ଚଣା ବତୁରେଇ ରଖି ଦିଅନ୍ତୁ । ଶନିବାର ଦିନ ସେହି ଚଣାକୁ କଳା କପଡାରେ କୋଇଲା, ସିନ୍ଦୁର ଏବଂ କଏନ ସହ ବାନ୍ଧି ନଦୀରେ ପ୍ରଭାବିତ କରି ଦିଅନ୍ତୁ । ଏହି ଉପାୟ ଅତି କମରେ ଆଠ ଥର ବିଧିବିଧାନ ସହ କରନ୍ତୁ ।
– ଶନିବାର ଦିନ ଯେକୌଣସି ଶନି ମନ୍ଦିରକୁ ଯାଇ ତୈଳାଭିଷେଖ କରନ୍ତୁ ।
– ଶନିଙ୍କ କୃପା ଲାଭ ପାଇଁ ସବୁଠାରୁ ସହଜ ଉପାୟ ହେଉଛି ଆପଣ ନିୟମିତ ହନୁମାନ ଚାଳିଶା ପାଠ କରନ୍ତୁ । ଏହାଦ୍ୱାରା ମଙ୍ଗଳ ଏବଂ ଶନି ଦୁହେଁ ଅନୁକୂଳ ରହିବେ । ପ୍ରତ୍ୟେକ ଦିନ ସକାଳ ଏବଂ ସନ୍ଧ୍ୟାରେ ହନୁମାନ ଚାଳିଶା ପାଠ କରିବା ଦ୍ୱାରା ଭଗବାନ ହନୁମାନଙ୍କ ବିଶେଷ କୃପା ପ୍ରାପ୍ତ ହୋଇଥାଏ ।
– ପ୍ରତ୍ୟେକ ଶନିବାର ସୁନ୍ଦରାକାଣ୍ଡ ପାଠ କରନ୍ତୁ । ଯଦି ଏହା ସମ୍ଭବ ନୁହେଁ ତେବେ ଯେକୌଣସି ଶନିବାର ଦିନ ସୁନ୍ଦରାକାଣ୍ଡ ପାଠ ଆରମ୍ଭ କରନ୍ତୁ ଏବଂ ଶୁକ୍ରବାର ଦିନ ଏହାକୁ ଶେଷ କରନ୍ତୁ ।