ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ପବିତ୍ର ଇଦ୍ । ମୁସଲମାନ ଭାଇ ଭଉଣୀଙ୍କ ଏକ ବଡ ପର୍ବ । ଏନେଇ ସବୁଠି ଉତ୍ସବ ମୁଖର । ଚଳଚଞ୍ଚଳ ରାଜ୍ୟର ସମସ୍ତ ମସଜିଦ୍ । ମୁସଲମାନ ଭାଇମାନେ ବେଶ ଉତ୍ସାହର ସହ ପାଳନ କରୁଛନ୍ତି ଇଦ୍-ଉଲ୍-ଫିତର । ପରସ୍ପରକୁ ଶୁଭେଚ୍ଛା ଜଣାଉଛନ୍ତି ।
ଭାଇଚାରର ସହର କଟକରେ ସକାଳୁ ସକାଳୁ ନମାଜ ପାଠ ପାଇଁ ବିଭନ୍ନ ମସଜିଦ୍ ରେ ଭିଡ ଦେଖିବାକୁ ମିଳିଛି ।