ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଶୁଭ-ଅଶୁଭ ର ମାନ୍ୟତା ହିନ୍ଦୁ ଧର୍ମରେ ବହୁ ପୁରାତନ କାଳରୁ ପ୍ରଚଳିତ ହୋଇ ଆସୁଛି । ଏହି ମାନ୍ୟତା କିଛି ପଶୁ ଏବଂ ପକ୍ଷୀଙ୍କ ସହ ମଧ୍ୟ ଜଡିତ ଅଛି । ସେହି ଅନୁଯାୟୀ କୁହାଯାଏ କି ମଣିଷ ଜୀବନରେ ହେବାକୁ ଥିବା ଆଗାମୀ ସଙ୍କଟ ବିଷୟରେ କାଉ ଦ୍ୱାରା ଜଣାପଡିଥାଏ । ତେବେ ଆସନ୍ତୁ ଜାଣିବା କାଉ ସହ ଜଡିତ କିଛି ଶୁଭ ଏବଂ ଅଶୁଭ ସଂକେତ ବିଷୟରେ ।
ଯଦି ଆପଣଙ୍କ ଅଞ୍ଚଳରେ ବହୁତ ଗୁଡିଏ କାଉ ଏକାଠି ହୋଇ ବୋବାଉଛନ୍ତି ତେବେ ଏହାର ଅର୍ଥ ସେହି ଆଖ- ପାଖରେ କିଛି ଖରାପ ହେବାର ସଂକେତ । ଏହାସହିତ ଯଦି ଆପଣଙ୍କ ଘରେ କାଉ ପଲ ଏକାଠି ହୋଇ ବୋବାଉଛନ୍ତି ତେବେ ଏହାଦ୍ୱାରା ଘରର ମୁଖିଆଙ୍କ ଉପରେ ସଙ୍କଟ ଆସିପାରେ ।
କୁହାଯାଏ କି ଯଦି କୌଣସି ବ୍ୟକ୍ତିଙ୍କ ପାଖରେ କାଉ ଆସିକି ବସି ଯାଉଛି ତେବେ ଏହାଦ୍ୱାରା ଧନ ଏବଂ ସମ୍ମାନ ହାନି ହୋଇଥାଏ । ସେହିପରି ଯଦି କୌଣସି ମହିଳାଙ୍କ ମୁଣ୍ଡ ଉପରେ କାଉ ବସି ପଡୁଛି ତେବେ ଏହାଦ୍ୱାରା ତାଙ୍କ ପତିଙ୍କୁ ଗମ୍ଭୀର ସଙ୍କଟର ସାମ୍ନା କରିବାକୁ ପଡିଥାଏ ।
ଯଦି ଆପଣ କୌଣସି ସ୍ଥାନକୁ ଯିବା ପାଇଁ ବାହାରିଛନ୍ତି ଏବଂ କାଉ ଆପଣଙ୍କ ସାମ୍ନାରେ କା କା ରାବୁଛି ତେବେ ଏହାର ଅର୍ଥ ଆପଣ ଯେଉଁ କାମ ପାଇଁ ଯାଉଛନ୍ତି ତାହା ପୂରଣ ହୋଇଯିବ । ଆହୁରି ମଧ୍ୟ କୁହାଯାଏ କି ଯଦି ପାଣି ମାଠିଆ ଉପରେ କାଉ ବସିଥିବାର ଆପଣ ଦେଖୁଛନ୍ତି ତେବେ ଏହାଦ୍ୱାରା ଧନ ବୃଦ୍ଧି ହୋଇଥାଏ । ଏହାସହିତ ଯଦି କାଉ ତା ପାଟିରେ ରୁଟି କିମ୍ବା ମାଂସ ନେଇ ଯାଉଥିବାର ଆପଣ ଦେଖିବାକୁ ପାଇଛନ୍ତି ତେବେ ଏହାଦ୍ୱାରା ଆପଣଙ୍କ ସମସ୍ତ ମନସ୍କାମନା ପୂରଣ ହୋଇଯାଇଥାଏ ।