ପୁରୀ (ଏଟିଆର ବ୍ୟୁରୋ): ଶ୍ରୀମନ୍ଦିରରେ ଆରମ୍ଭ ଶ୍ରୀଜିଉଙ୍କ ଫଗୁଦଶମୀ ବା ଦୋଳପୂଣ୍ଣିମା । ଏନେଇ ଅନୁଷ୍ଠିତ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି । ଏହି ଅବସରରେ ଶ୍ରୀଜିଉଙ୍କ ଚାଚେରୀ ବେଶ କରାଯିବା ସହ ଚାଚେରି ଭୋଗ ମଧ୍ୟ ଲାଗି ହେଉଛି ।
ଫାଲଗୁନ ଶୁକ୍ଳ ଦଶମୀରୁ ତ୍ରୟୋଦଶୀ ଯାଏଁ ଶ୍ରୀଜିଉଙ୍କର ଚାଚେରୀ ବେଶ ଓ ଭୋଗ ସମେତ ଫଲଗୁ ଅଞ୍ଜଳୀ ପ୍ରଦାନ ଓ ଜଗନ୍ନାଥ ବଲ୍ଲଭ ମଠକୁ ଯାତ୍ରା ବିଧି ଅନୁଷ୍ଠିତ ହେବ ।
ସେହିପରି ଫାଲଗୁନ ଶୁକ୍ଳ ଦଶମୀଠୁ ପୂର୍ଣ୍ଣିମା ଯାଏଁ ଶ୍ରୀମନ୍ଦିରରେ ପାଳିତ ହୋଇଥାଏ ଦୋଳ ଉତ୍ସବ ନୀତି । ଏହା ଦ୍ୱାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ ।