ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଫାଲ୍ଗୁନ ମାସ ଅମାବାସ୍ୟା ତିଥିକୁ ଫାଲଜଗୁନ ଅମାବାସ୍ୟା ଭାବେ ପାଳନ କରାଯାଏ । ଏହିଦିନ ପବିତ୍ର ନଦୀରେ ସ୍ନାନ କରିବାର ଖୁବ୍ ମହତ୍ୱ ରହିଛି । ଏହାସହିତ ଏହିଦିନ ପିତୃପୁରୁଷଙ୍କୁ ତର୍ପଣ କରାଯାଏ । ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଫାଲ୍ଗୁନ ମାସ ହେଉଛି ଶେଷ ମାସ । ସେଥିପାଇଁ ଏହି ମାସରେ ମନ୍ତ୍ର ଜପଏବଂ ତପ ର ବିଶେଷ ମହତ୍ୱ ରହିଛି ।
ଚଳିତବର୍ଷ ୨୦ ଫେବୃଆରୀରେ ପାଳନ କରାଯିବ ଫାଲ୍ଗୁନ ଅମାବାସ୍ୟା । ଯେଉଁମାନେ ଏହିଦିନ ବ୍ରତ ରଖିବାକୁ ଚାହୁଁଛନ୍ତି ବ୍ରତ ରଖି ପାରିବେ । ଏହାଦ୍ୱାରା ଜୀବନରେ ଶୁଭତାର ବୃଦ୍ଧି ହେବ । ଏହିଦିନ ଭଗବାନ ଶିବଙ୍କ ପୂଜା କରିବା ଉଚିତ୍ । ଅକାଳ ମୃତ୍ୟୁ, ଭୟ , ପୀଡା, ରୋଗ ଆଦିରୁ ରକ୍ଷା ପାଇବା ପାଇଁ ଶିବଙ୍କ ପୂଜା ସଫଳ ହୋଇଥାଏ ।