ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସାଧାରଣତଃ ଲୋକେ ସେମାନଙ୍କ ଡାଇନିଙ୍ଗରେ ହେଉ ଅବା ଡ୍ରଇଙ୍ଗି ରୁମ୍ ରେ ବିଭିନ୍ନ ସେପ୍ ର ଟେବୁଲ ପକାଇଥାନ୍ତି । ଯେପରିକି ଚାରିକଣିଆ, ତ୍ରିକୋଣିଆ, ଗୋଲ ଆଉ ଅଣ୍ଡାକୃତି । ଏବେ ଗୋଲ ଟେବୁଲର ଚାହିଦା ଅଧିକ ରହିଛି । ପ୍ରତ୍ୟେକ ଘରେ ଗୋଲ ଟେବୁଲ ଦେଖିବାକୁ ମିଳୁଛି । ମାତ୍ର ଘରେ ଗୋଲ ଟେବୁଲ ରଖିବାର ସଠିକ୍ ଉପାୟ ବିଷୟରେ ପେଙ୍ଗଶୁଇରେ ବର୍ଣ୍ଣନା କରାଯାଇଛି । ଯଦି ଆପଣ ଆପଣଙ୍କ ଘରର ସଠିକ୍ ସ୍ଥାନରେ ଗୋଲ ଟେବୁଲ ରଖିଛନ୍ତି ତେବେ ଏହାର ସକରାତ୍ମକ ପ୍ରଭାବ ଆପଣ ଏବଂ ଆପଣଙ୍କ ଘର ଉପରେ ପଡିଥାଏ । କିନ୍ତୁ ଯଦି ଗୋଲ ଟେବୁଲକୁ ସଠିକ୍ ସ୍ଥାନରେ ରଖିନଥିବେ ତେବେ ଏହାର ନକରାତ୍ମକ ପ୍ରଭାବ ଆପଣ ଏବଂ ଆପଣଙ୍କ ଘର ଉପରେ ପଡିଥାଏ ।
ତେବେ ଆସନ୍ତୁ ଜାଣିବା ଫେଙ୍ଗଶୁଇ ଅନୁସାରେ ଘରେ ଗୋଲ୍ ଟେବୁଲ ରଖିବାର ସଠିକ୍ ସ୍ଥାନ । ଘରର ମଝିରେ ଚାରିକୋଣିଆ ଟେବୁଲ ରଖିପାରିବେ । ମାତ୍ର ଗୋଲ ଟେବୁଲକୁ ମଝିରେ ରଖିବା ଉଚିିତ୍ ନୁହେଁ । ଏହା ଅଶୁଭ ହୋଇଥାଏ । ଏହି ଟେବୁଲକୁ ଘରର କୋଣରେ ରଖିବା ଶୁଭ ହୋଇଥାଏ । ଯଦି ଆପଣ ଗୋଲ ଟେବୁଲ ଉପରେ ଫୁଲ ଦାନୀ ରଖୁଛନ୍ତି ତେବେ ଏହାଦ୍ୱାରା ଶୁଭ ପରିଣାମ ମିଳିଥାଏ । ଏହାଦ୍ୱାରା ଘରୁ ନକରାତ୍ମକ ଶକ୍ତି ଦୂର ହୋଇଥାଏ ।