ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଚାଲିଛି ଚୈତ୍ର ନବରାତ୍ରୀ । ଆଜି ନବରାତ୍ରୀର ପଞ୍ଚମ ଦିନ । ଏହିଦିନ ମା ଦୁର୍ଗାଙ୍କର ପଞ୍ଚମ ସ୍ୱରୂପ ସ୍କନ୍ଦମାତାଙ୍କ ପୂଜା କରାଯାଇଥାଏ । ସ୍କନ୍ଦମାତାଙ୍କର ଚାରୋଟି ଭୂଜ ରହିଥିବା ବେଳେ ସଂହ ତାଙ୍କ ବାହାନ ।
ପୂଜା ବିଧି:
ସଉଚ ହୋଇ ସ୍ୱଚ୍ଛ ବସ୍ତ୍ର ଧାରଣ କରି ପୂଜା ସ୍ଥାନରେ ସ୍କନ୍ଦମାତାଙ୍କ ମୂର୍ତ୍ତି ସ୍ଥାପନା କରନ୍ତୁ । ଏହାପରେ ମାଙ୍କ ପ୍ରତିମାକୁ ଗଙ୍ଗାଜଳରେ ଶୁଦ୍ଧ କରନ୍ତୁ । ଶୁଦ୍ଧ କରିବା ପରେ ଫୁଲ ଚଢାନ୍ତୁ , ମିଠା ଏବଂ ପାଞ୍ଚ ପ୍ରକାରର ଫଳ ଭୋଗ ଲଗାନ୍ତୁ । ପୂଜାରେ ୬ଟି ଗୁଜୁରାତି ମଧ୍ୟ ଭୋଗ ଭାବେ ଚଢାଯାଇଥାଏ ।
ପୌରାଣିକ ମାନ୍ୟତାନୁସାରେ ତାରକାସୁର ନାମକ ଏକ ରାକ୍ଷସ ଭଗବାନ ବ୍ରହ୍ମାଙ୍କୁ ପ୍ରସନ୍ନ କରିବା ପାଇଁ କଠୋର ତପସ୍ୟା କରିଥିଲେ । ତାଙ୍କ କଠୋର ତପସ୍ୟାରେ ପ୍ରସନ୍ନ ହୋଇ ବ୍ରହ୍ମା ତାଙ୍କୁ ଦର୍ଶନ ଦେଇଥିଲେ । ଏହାପରେ ବ୍ରହ୍ମାଙ୍କୁ ଅମରତ୍ୱର ବରଦାନ ମାଗିଲା ତାରକାସୁର । ଏତିକି ଶୁଣିବା ପରେ ତାରକାସୁରକୁ ବ୍ରହ୍ମା ବୁଝାଇଲେ କି, ଜନ୍ମ ନେଇଛ ମାନେ ଦିନେ ଦିନେ ମରିବାକୁ ହେବ । ଏହାପରେ ଶିବଙ୍କ ପୁତ୍ର ହାତରେ ମରିବାର ବରଦାନ ମାଗିଲା ତାରକାସୁର । କାରଣ ସେ ଭାବୁଥିଲା କି ଶିବଙ୍କର ବିବାହ କଦାପି ହେବନାହିଁ । ବିବାହ ନହେଲେ ପୁତ୍ର ସନ୍ତାନ ମଧ୍ୟ ହେବ ନାହିଁ । ଯାହାଫଳରେ ତାର ମୃତ୍ୟୁ ମଧ୍ୟ ହେବ ନାହିଁ ।
ବରଦାନ ମିଳିବା ପରେ ଲୋକଙ୍କ ଉପରେ ଅତ୍ୟାଚାରୀ କରିବା ଆରମ୍ଭ କରିଦେଲା ତାରକାସୁର । ତାର ଅତ୍ୟାଚାରରେ ଲୋକେ ଅତିଷ୍ଠ ହୋଇ ତାରକାସୁରଠାରୁ ମୁକ୍ତି ପାଇବା ପାଇଁ ଶିବଙ୍କୁ ପ୍ରାର୍ଥନା କଲେ । ଏହାପରେ ପାର୍ବତୀଙ୍କୁ ବିବାହ କଲେ ଭଗବାନ ଶିବ ଏବଂ କାର୍ତ୍ତିକ ଜନ୍ମ ହେଲେ । କାର୍ତ୍ତିକ ବଡ ହେବା ପରେ ରାକ୍ଷାସ ତାରକାସୁରକୁ ବଦ୍ଧ କଲେ । ଭଗବାନ ସ୍କନ୍ଦ ଅର୍ଥାତ କାର୍ତ୍ତିକଙ୍କ ମାତା ହେବା ଯୋଗୁଁ ତାଙ୍କୁ ସ୍କନ୍ଦମାତା କୁହାଯାଏ ।