ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପବିତ୍ର ଶ୍ରାବଣ ମାସର ଆଜି ପ୍ରଥମ ସୋମବାର । କିନ୍ତୁ ପ୍ରତ୍ୟେକ ଶୈବପୀଠ ଖାଁ ଖାଁ । ଭକ୍ତଶୂନ୍ୟ ଶୈବପୀଠ । ଜାତୀୟରାଜପଥ ରେ ଦେଖାଯାଉନି ମାଳ ମାଳ ବୋଲବମ୍ ଭକ୍ତଙ୍କ ସମାଗମ । ଶୁଣିବାକୁ ମିଳୁନାହିଁ ବୋଲବମ୍ , ହରହର ବମ୍, ଜଟିଆ ବାବା ପାର୍ କରେଗା । ଚଳିତ ବର୍ଷ କରୋନା ପାଇଁ ବୋଲବମ ଭକ୍ତଙ୍କ ଜଳଲାଗି ଉପରେ ରାଜ୍ୟରେ ଲାଗିଛି କଟକଣା । କାଉଡିଆଙ୍କୁ ଶୈବାଳୟ ମନା ଅଛି । ସେଥିପାଇଁ କାଉଡିଆଙ୍କୁ ଘରେ ରହିବାକୁ ପଡିଛି ।
ଆଜିର ଏହି ପବିତ୍ର ଦିନରେ ରାଜ୍ୟର ବଡ ବଡ ଶୈବପୀଠ ତଥା ଶ୍ରୀଲିଙ୍ଗରାଜ, ଲୋକନାଥ, କପିଳାସ, ଗୁପେଶ୍ୱର, ଧବଳେଶ୍ୱର ଆଦି ପୀଠରେ କୌଣସି କାଉଡିଆଙ୍କୁ ଦେଖିବାକୁ ମିଳୁନାହିଁ । ଖାଁ ଖାଁ ପଡିଛି ଶୈବପୀଠ ।
ମହାମହାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତବର୍ଷ କାଉଡିଆଙ୍କ ଜଳଲାଗି ଉପରେ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର ।